Breaking NewsFeaturedରାଜନୀତି

ସେକ୍ସୁଆଲ୍ ହାରାସମେଣ୍ଟ ମହା ଖିଲାଡ଼ି ବିଜେପି ମନ୍ତ୍ରୀ!

ଖାଲି ହକି ନୁହେଁ, ଯୌନ କେଳେଙ୍କାରୀ ଅଭିଯୋଗରେ ମଧ୍ୟ ମହାଖେଳାଳି ମନ୍ତ୍ରୀ । ହରିୟାଣାର ଖେଳ ମନ୍ତ୍ରୀ ତଥା ହକି ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସନ୍ଦୀପ ସିଂହଙ୍କୁ ନେଇ ଏବେ ସାରା ଦେଶରେ ଏଭଳି କିଛି ଚର୍ଚ୍ଚା ଜୋର୍ ଧରିଛି । ମହିଳା କୋଚଙ୍କୁ ଯୌନ ନିର୍ଯାତନା ମାମଲାରେ ସନ୍ଦୀପଙ୍କ ବଢ଼ିଛି ଅଡୁଆ । ସେପଟେ ମନ୍ତ୍ରୀଙ୍କ ବୟାନରେ ତାଳମେଳ ରହୁନି ବୋଲି ପୁଲିସ୍ କହିବା ସହ ଅଭିଯୋଗକୁ ନେଇ ଅନେକ ପ୍ରମାଣ ପାଇଥିବା ଜଣାପଡ଼ିଛି ।

ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ:
ଜଣେ ଜୁନିଅର ମହିଳା କୋଚଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ହରିୟାଣାର ଖେଳମନ୍ତ୍ରୀ ସନ୍ଦୀପ ସିଂହଙ୍କ ନାମରେ । ତେବେ ଏ ସମ୍ପର୍କରେ ପୁଲିସ୍ ଚାର୍ଜସିଟ୍‌ରେ ରହିଛି ସାଂଘାତିକ ତଥ୍ୟ । ଚାର୍ଜସିଟରୁ ସ୍ପଷ୍ଟ ଯେ ମନ୍ତ୍ରୀ ସନ୍ଦୀପ ସିଂହ ଏସଆଇଟିକୁ ଯେଉଁ ବୟାନ ଦେଇଥିଲେ ସେଥିରୁ ଅନେକ କଥାର କିଛି ତାଳମେଳ ନାହିଁ । ପୁଲିସ୍ ଆଗରେ ମନ୍ତ୍ରୀ କହିଥିଲେ ଯେ ଅଭିଯୋଗକାରିଣୀ ସହ ତାଙ୍କର କୌଣସି ପର୍ସନାଲ ରିଲେସନ ନାହିଁ । କିନ୍ତୁ ଯାଞ୍ଚରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରେ ରିଲେସନ ପ୍ରଫେସନାଲଠାରୁ ବହୁତ ଆଗରେ । ସେହିପରି ମନ୍ତ୍ରୀ କହିଥିଲେ ଯେ ପୀଡ଼ିତାଙ୍କୁ କେବଳ ୧୫ ମିନିଟ ପାଇଁ ତାଙ୍କର ଅଫିସ୍ କାର୍ଯ୍ୟାଳୟରେ ଭେଟିଥିଲେ । କିନ୍ତୁ ପୁଲିସ୍ ଯେତେବେଳେ ପୀଡ଼ିତାଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା, ସେତେବେଳେ ମନ୍ତ୍ରୀଙ୍କ ମେନ୍ ଅଫିସ. ସାଇଡ୍ ରୁମ୍‌, ବେଡ୍‌ରୁମ୍‌, ବାଥରୁମ୍ ଆଦି ଲୋକେସନ ଠିକ୍ ଠିକ୍‌ରେ ଚିହ୍ନାଇ ଦେଇଥିଲେ ।

ଘରର କୋଣ କୋଣକୁ ପୀଡ଼ିତା ଚିହ୍ନିବା ପରେ ଏଥିରୁ ସ୍ପଷ୍ଟ ହୋଇଛି ମନ୍ତ୍ରୀ କେତେଦୂର ସତ କହୁଥିଲେ । ଖାଲି ସେତିକି ନୁହେଁ, ମନ୍ତ୍ରୀ ସନ୍ଦୀପ ସିଂହ ପୁଲିସକୁ କହିଥିଲେ ଯେ ଆପଏଣ୍ଟମେଣ୍ଟ ନେଇ ପୀଡ଼ିତା ତାଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ଯାଞ୍ଚବେଳେ ମାନିଥିଲେ ଯେ ସୋସିଆଲ୍ ମିଡିଆ ଜରିଆରେ ପୀଡ଼ିତା ନେଇଥିଲେ ଆପଏଣ୍ଟମେଣ୍ଟ । ଏହାକୁ ନେଇ ମନ୍ତ୍ରୀଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରିଥିଲା ପୁଲିସ୍ ଏବଂ ପ୍ରଶ୍ନବାଣରେ ଘାଣ୍ଟି ଦେଇଥିଲା । ଆଉ ସ୍ପଷ୍ଟ ହୋଇଥିଲା ଯେ ପୀଡ଼ିତାଙ୍କ ପ୍ରତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟ କଣ ରହିଥିଲା ।ଖାଲି ସେତିକି ନୁହେଁ, ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଟ୍ରେନିଂ ପାଇଁ ସେ ବିଦେଶ ଯିବାକୁ ଥିବାବେଳେ ଜାଣିଶୁଣି ତାଙ୍କୁ ରିଜେକ୍ଟ କରାଯାଇଛି । ଏପରିକି ଖେଳ ବିଭାଗ ନିର୍ଦ୍ଦେଶକଙ୍କ ପାଖକୁ ନିର୍ଦ୍ଦିଷ୍ଟ ଫାଇଲ ଯିବା ପରିବର୍ତ୍ତେ ମନ୍ତ୍ରୀଙ୍କ ପାଖକୁ କେମିତି ଏବଂ କାହିଁକି ଗଲା ତାହାର ଉତ୍ତର କାହା ପାଖରେ ନାହିଁ । ସେହିପରି ପୀଡ଼ିତାଙ୍କ ମୋବାଇଲ୍ ପୋରେନ୍ସିକ୍ ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଯେ ୨୦୨୨ ଜୁଲାଇ ୧୬ରେ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ ସେ ନିଜର କିଛି ପରିଚିତ ଲୋକଙ୍କୁ ଜଣାଇଛନ୍ତି । କିଛି ଚାଟ୍ ଓ ଭଏସ୍ ରେକର୍ଡ ସମେତ ତାଙ୍କ ମୁଣ୍ଡରେ ପଟି ବନ୍ଧା ଯାଇଥିବା ଫଟୋ ମିଳିଥିଲା । ଅଭିଯୁକ୍ତଙ୍କଠାରୁ ବର୍ତ୍ତିବା ପାଇଁ ସେ ଦୌଡ଼ିଯିବା ବେଳେ ଏକ ଟେବୁଲରେ ମୁଣ୍ଡ ଧକ୍କା ହୋଇଥିବା ପୀଡ଼ିତା ପ୍ରକାଶ କରିଛନ୍ତି ।

ତେବେ ପୁଲିସ୍ ଚାର୍ଜସିଟ୍‌କୁ ନେଇ ସେପ୍ଟେମ୍ବର ୧୬ରେ କୋର୍ଟ କରିବେ ଶୁଣାଣି । କିନ୍ତୁ ପୀଡ଼ିତାଙ୍କ ଓକିଲ ଦୀପାଂଶୁ ବଂସଲଙ୍କ କହିବା ଅନୁସାରେ ଚାର୍ଜସିଟରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗକୁ ନେଇ ଧାରା ୩୭୬/୫୧୧ ପୁଲିସ୍ ଯୋଡ଼ି ନାହିଁ । ସେଥିପାଇଁ କୋର୍ଟଙ୍କୁ ଅନୁରୋଧ କରାଯିବ । ସେପଟେ ମନ୍ତ୍ରୀ ସନ୍ଦୀପ ସିଂହଙ୍କୁ ଘାରିଛି ଗିରଫ ଭୟ । ଯେଉଁଥିପାଇଁ ଚଣ୍ଡୀଗଡ଼ ଡିଷ୍ଟ୍ରିକ୍ଟ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହି ଆବେଦନ ସମ୍ପର୍କରେ କୋର୍ଟ ଆସନ୍ତା ୧୩ ତାରିଖରେ କରିବେ ଶୁଣାଣି । ଖେଳ ମନ୍ତ୍ରୀଙ୍କ ଏଭଳି କେଳେଙ୍କାରୀ ଖେଳ ଅଭିଯୋଗକୁ ନେଇ ଏବେ ସବୁଠି ଖୁବ୍ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com