ଜାତୀୟରାଜନୀତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୂଆଦିଲ୍ଲୀ, ୧୬/୦୮/୨୦୨୨-  ରାଜନୀତିରେ  ଉଦାରତା ଏବଂ ଏକ ସ୍ୱଚ୍ଛ ନିର୍ମଳ ଶାସନ ନେଇ  ସେ ଅବଲମ୍ବନ କରିଥିବା ପଦ୍ଧତିକୁ ସଠିକ  ଉପାୟରେ  ଗ୍ରହଣ  କରାଗଲେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳ ବିହାରି ବାଜପେୟୀଙ୍କ ପ୍ରତି ହେବ ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି ।  ଜଣେ ଦକ୍ଷ ରାଜନେତା ଓ ସଙ୍ଗଠକ ଭାବେ ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ମଙ୍ଗଳବାର ବାଜପେୟୀଙ୍କ ତିରୋଧାନ ଦିବସ ଉପଲକ୍ଷେ  ନୂଆଦିଲ୍ଲୀରେ ଥିବା ତାଙ୍କ ସମାଧୀପୀଠରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଏଭଳି ମତ ରଖିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com