ଜାତୀୟରାଜନୀତି

ଆଜି ଇଡିରେ ହାଜର ହେବେନି ଶିବସେନା ସାଂସଦ ସଞ୍ଜୟ ରାଉତ୍

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଇଡିରେ ହାଜର ହେବା ପାଇଁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଜେରା ପାଇଁ ନୋଟିସ ପଠାଇଛି ଇଡି । ତେବେ ସଞ୍ଜୟ ଆଜି ଇଡିରେ ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି । ଜେରା ପାଇଁ ସଞ୍ଜୟ ଅଧିକ ସମୟ ମାଗିଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ପ୍ରବୀଣ ରାଉତ ଓ ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଏହି ସମନ୍ ପଠାଯାଇଛି । ମାମଲାରେ ପାଖାପାଖି ୧୧୦୦ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଜଣାପଡିଛି । ଏହି ମାମଲାରେ ପୂର୍ବରୁ ସଞ୍ଜୟଙ୍କ ସହଯୋଗୀ ପ୍ରବୀଣ ରାୱତ ୯କୋଟି ଟଙ୍କା ଓ ସାଂସଦଙ୍କ ପତ୍ନୀ ୨କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗରେ ପ୍ରଥମେ ଜେରା ଓ ପରେ ଗିରଫ କରିସାରିଛି ଇଡି । ଜମି ଦୁୁର୍ନୀତି ଅଭିଯୋଗ ଆସିବା ପରେ ଏପ୍ରିଲ ୫ ତାରିଖରେ ଇଡି ସଞ୍ଜୟ ରାଉତଙ୍କ ସମ୍ପତି ଆଟାଚ କରିଥିଲା । ଗୋଟେ ପଟେ ସଞ୍ଜୟ ରାଉତଙ୍କ ନାଁରେ ଇଡି ସମନ ଜାରି କରିଥିବା ବେଳେ ଅନ୍ୟପଟେ ଉଦ୍ଧବ ଠାକରେ ଆକ୍ସନ ମୋଡକୁ ଆସି ୯ଜଣ ବିଦ୍ରୋହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୯ଜଣ ମନ୍ତ୍ରୀଙ୍କ ହାତରୁ ଉଦ୍ଧବ ଠାକରେ ବିଭାଗ ଛଡାଇ ନେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com