Featuredଜାତୀୟଜୀବନଶୈଳୀ

ଏଟିଏମରେ ମିଳୁଛି ମଦ, ଟଚ୍‍ କଲେ ବାହାରୁଛି ପ୍ୟାକ୍‍, ଜାଣନ୍ତୁ ପୂରା ଖବର…

ମୋବଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ଆଜିକାଲି ହାତଗଣତି କିଛି ଲୋକଙ୍କୁ ଛାଡିଦେଲେ ବାକି ସମସ୍ତେ ମଦ ପିଇଥାନ୍ତି । ତେବେ ମଦ ପିଇବାକୁ ହେଲେ କାଉଣ୍ଟରକୁ ଯିବାକୁ ପଡେ । ଆଉ ସେଠାରେ କିଛି ସମୟ ଅପେକ୍ଷା କଲାପରେ ଦୋକାନୀ ମଦ ଦେଇଥାଏ । ତେବେ ଏହି ଅସୁବିଧାରେ ଏବେ ରୋକ୍ ଲାଗିଛି । କାରଣ ମଦ ପାଇଁ ଆସିଛି ନୂଆ ଟେକ୍ନୋଲୋଜି। ଏଣିକି ଏଟିଏମରେ ମିଳିବ ମଦ। ତେବେ ଆପଣ ଭାବୁଥିବା ସାଧାରଣ କ୍ୟାସ୍‌ ଦେଣନେଣ ଏଟିଏମ୍‌ ନୁହେଁ, ବରଂ ସେଭଳି ଏକ ସ୍ଵତନ୍ତ୍ର ଏଟିଏମ୍‌ ଯାହା କେବଳ ମଦ ଯୋଗାଇବ। ଉକ୍ତ ସ୍ଵତନ୍ତ୍ର ଏଟିଏମ୍‌ରେ ଆପଣ ଚାହୁଁଥିବା ମଦ ମିଳିବ । କହିବାକୁ ଗଲେ ଏଟିଏମ୍ରୁ ଯେଉଁପରି ନଗଦ ଟଙ୍କା ବାହାରକୁ ଆସେ, ଠିକ ସେହିଭଳି ଲୋକମାନେ ମଧ୍ୟ ମଦ କିଣି ପାରିବେ । ଏହି ମେସିନକୁ ଭଲଭାବେ ଦେଖନ୍ତୁ । ଏହା ହେଉଛି ସେଇ ସ୍ୱୟଂଚାଳିତ ମଦ ଭେଣ୍ଡିଂ ବା ମଦ ଏଟିଏମ। ଏବେ ଆସନ୍ତୁ ଜାଣିବା କେମିତି ଏହି ମେସିନରୁ ମଦ ବାହାରୁଛି:

ପ୍ରଥମେ ଲୋକମାନେ ଟଙ୍କାଦେବା ପୂର୍ବରୁ ସେମାନଙ୍କ ପସନ୍ଦର ମଦ ଚୟନ କରିବେ । ଏହାପରେ ଡିଭାଇସ ସହ ଯୋଗାଯୋଗ କରି ଏକ ମେନୁରୁ ଗ୍ୟାଜେଟ ଯୋଗେ ବୋତଲ ଗ୍ରହଣ କରିପାରିବେ । ଏହି ମେସିନ ମାଧ୍ୟମରେ କେବଳ ଏମ.ଆର.ପିରେ ମଦ ବିକ୍ରି କରିପାରିବେ । ତେବେ ଏହି ମଦ ଏଟିଏମ ମେସିନ ଲାଗିଛି ଚେନ୍ନାଇରେ । ଆଉ ଏହାକୁ ନେଇ ଏବେ ସରଗରମ ହୋଇଛି ତାମିଲନାଡୁ ରାଜନୀତି।

ବିରୋଧୀ ଦାବି କରିଛନ୍ତି ଯେ, ଏହି ମେସିନ୍ ଦ୍ୱାରା ଛୋଟ ପିଲାମାନେ ପ୍ରଭାବିତ ହେବେ । ସେମାନେ ଖୁବ୍ ସହଜରେ ମଦ ପାଇ ପାରିବେ । ସେପଟେ ତାମିଲନାଡୁର ମନ୍ତ୍ରୀ ବାଲାଜୀ ଦାବି କହିଛନ୍ତି ଯେ ଏହି ମେସିନ୍ ରାତି ୧୦ ଟା ପର‌୍ୟ୍ୟନ୍ତ ଖୋଲା ରହିବ ଏବଂ ଏହାର ଦେଖାଶୁଣା କରିବା ପାଇଁ ଜଣେ କର୍ମଚାରୀ ଉପସ୍ଥିତ ରହିବେ । ଯାହା ପିଲାମାନଙ୍କୁ ମଦ୍ୟପାନ ନ କରିବାରେ ମଧ୍ୟ ସହାୟକ ହେବ । ଏହାଛଡା ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମେସିନକୁ ଏକ ଘରୋଇ କ୍ଷେତ୍ର କମ୍ପାନୀରେ ସ୍ଥାପନ କରାଯାଇଛି । ଏହା କେବଳ ପାଇଲଟ୍ ପ୍ରୋଜେକ୍ଟ । କାରଣ ଅନ୍ୟ ସ୍ଥାନରେ ମଦ ଭେଣ୍ଡିଂ ମେସିନ୍ ଖୋଲାଯିବ କି ନାହିଁ ଏବଂ ଏହା କିପରି କାର‌୍ୟ୍ୟକାରୀ ହେବ ତାହା ପ୍ରଶାସନ ସ୍ଥିର କରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com