ଜାତୀୟ

ବଳ ପୂର୍ବକ ଋଣ ଅସୁଲି ନେଇ କଠୋର ହେଲା ରିଜର୍ଭ ବ୍ୟାଙ୍କ

ଋଣ ଅସୁଲ ପ୍ରକ୍ରିୟାରେ କୌଣସି ସଂସ୍ଥା ଗ୍ରାହକଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ। ସେମାନଙ୍କ ଗୋପନୀୟତା ସୀମା ଉଲ୍ଲଂଘନ କରିବେ ନାହିଁ। ଏଜେଣ୍ଟ୍‌ମାନେ ‌ମୋବାଇଲ୍ କିମ୍ବା ସୋସିଆଲ ମିଡିଆରେ କୌଣସି ଅନୁପଯୁକ୍ତ ବାର୍ତା ପଠାଇପାରିବେ ନାହିଁ। ଗ୍ରାହକଙ୍କୁ ଧମକାଇବା ଭଳି କୌଣସି କଲ୍ କିମ୍ବା ଅଜଣା କଲ୍ କରିପାରିବେ ନାହିଁ। ଋଣ ରାଶି ଫେରସ୍ତ ମାଗିବା ଲାଗି ଗ୍ରାହକମାନଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ରାତି ୭ଟା ପରେ କଲ୍ କରିବାକୁ ବାରଣ କରାଯାଇଛି। ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯ୍ୟାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଥିବା ସବୁ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହୋଇଛି। କୌଣସି ସଂସ୍ଥା ଏହି ନିୟମ ଉଲ୍ଲଂଘନ କରିଥିବା ଧରାପଡ଼ିଲେ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ମୋବାଇଲ୍ ଆପ୍ ଜରିଆରେ ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଋଣ ରାଶି ଅସୁଲ କରିବା ଲାଗି ବହୁ ବେଆଇନ ପଦକ୍ଷେପ ନେଉଥିବା ଘଟଣା ବାରମ୍ବାର ଘଟିବା ପରେ ତାହାକୁ ରିଜର୍ଭ ବ୍ୟାଙ୍କ ଗମ୍ଭୀରତାର ସହ ନେଇଛି। ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥା ପାଇଁ ସ୍ବତନ୍ତ୍ର ଆଇନ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଚୀନ୍‌ର ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକ ଉପରେ ଲଗାମ କଷିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

Related Articles

Back to top button
WP Twitter Auto Publish Powered By : XYZScripts.com