ଜାତୀୟ

କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ କେଜ୍ରିୱାଲଙ୍କୁ ପିଏମ ମୋଦୀଙ୍କ ଟାର୍ଗେଟ, ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ବି କଲେ ନିଶାନା

ନୂଆଦିଲ୍ଲୀ() ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବରେ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରିଛନ୍ତି। ଅବୋହରରେ ଜନସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ୱୋଧିତ କରି କହିଛନ୍ତି, ଏହା ସାଧାରଣ ନିର୍ବାଚନ ନୁହେଁ ବରଂ ଏହି ନିର୍ବାଚନ ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ଗଠନ ପାଇଁ ।

ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ବିହାର ଏବଂ ୟୁପି ବୟାନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର ଚିନ୍ତାଧାରା ବିଭାଜନକାରୀ ଏବଂ ବିଚ୍ଛିନ୍ନତାବାଦୀ । କଂଗ୍ରେସ ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରେ । ସେହିପରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ କବି କୁମାର ବିଶ୍ୱାସଙ୍କ ଅଭିଯୋଗର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ପୁରୁଣା ସହଯୋଗୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର । ମୋଦୀ କହିଛନ୍ତି, ଏହି ସମସ୍ତ ରାଜନୈତିକ ଦଳର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହ ସମାନ। ମତଦାନ ସମୟରେ ଲୋକେ ଏହି ସବୁ କଥା ମନେ ରଖିବା ଜରୁରୀ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନିଜର ନିର୍ବାଚନୀ ଜନସଭାରେ ୧୯୮୪ ଶିଖ୍ ଦଙ୍ଗା ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଥିଲେ। ‘୮୪ ଦଙ୍ଗା ସମୟରେ କଂଗ୍ରେସ ନେତା କଣ କରୁଥିଲେ, ଆପଣମାନଙ୍କ ଠାରୁ ଭଲ ସେ କେହି ଜାଣିନାହାନ୍ତି। ମୁଁ ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୁଁ ଗୋଟିଏ ବି ଶିଖ ପରିବାରକୁ ଅସୁବିଧା ଦେବାକୁ ଦେଇ ନଥିଲି । କଂଗ୍ରେସ ସବୁବେଳେ ଗୋଟିଏ ରାଜ୍ୟର ଲୋକଙ୍କୁ ଅନ୍ୟ ରାଜ୍ୟ ବିରୁଦ୍ଧରେ ଠିଆ କରାଉଛି’।

Related Articles

Back to top button
WP Twitter Auto Publish Powered By : XYZScripts.com