Featuredଜାତୀୟ

ପୁଣି ବଢିଲା କେଜ୍ରିୱାଲ ସରକାର ପାଇଁ ଅଡୁଆ , ସିଏନଜି ବସ କିଣା ମାମଲାରେ ସିବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳଙ୍କ ଅନୁମତି

ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନା କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଇଛନ୍ତି । ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ କିଣା ମାମଲାରେ ସବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ଅନୁମତି ଦେିଛନ୍ତି । ଚଳିତ ବର୍ଷ ଜୁନ ମାସରେ  ଉପ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା କି, ପରିବହନ ମନ୍ତ୍ରୀଙ୍କ ଯୋଜନାବଦ୍ଧ ଭାବେ  ବସ୍ ଟେଣ୍ଡରିଂ ଓ କ୍ରୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହି ବସ କିଣାରେ ଦୁର୍ନୀତି କରିବା ଉର୍ଦ୍ଦେଶ୍ୟରେ ଡିଆଇଏମଟିଏସକୁ ନିଲାମୀ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା ଏବଂ ଜୁଲାଇ ୨୦୧୯ ରେ ୧ ହଜାର ସିଏନଜି ବସ କ୍ରୟ ଏବଂ ମାର୍ଚ୍ଚ ୨୦୨୦ ରେ ବାର୍ଷିକ ରକ୍ଷଣା ବେକ୍ଷଣ ଚୁକ୍ତି ପାଇଁ ବିଡ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସେପଟେ ଏଭଳି ଅଭିଯୋଗ ପରେ ସରକାର ବସ୍ କ୍ରୟ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଥିଲେ । କିନ୍ତୁ ଉପ ରାଜ୍ୟପାଳ ଜୁଲାଇ ୨୨ ରେ ମୁଖ୍ୟ ସଚିବଙ୍କ ନିକଟକୁ ଅଭିଯୋଗ ପଠାଇଥିଲେ । ଏହି ଅଭିଯୋଗର ତଦନ୍ତ କରି ଅଗଷ୍ଟ ୧୯ ତାରିଖରେ ମୁଖ୍ୟ ସଚିବ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟରେ ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଅସଙ୍ଗତି ଦେଖିବାକୁ ମିଳିଥିଲା ବୋଲି ମୁଖ୍ୟ ଶାସନ ସଚିବ ରିପୋର୍ଟ ଦେଇଥିଲେ । ଏସବୁ ପରେ ରାଜ୍ୟପାଳ ସଂପୃକ୍ତ ମାମଲାରେ ସିବିଆଇ ଯାଂଚକୁ ଅନୁମତି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com