Breaking NewsFeaturedରାଜନୀତି

ମମତାଙ୍କୁ ଚେକ୍ ଦେବାକୁ ବିଜେପିର ସ୍ୱତନ୍ତ୍ର ରୋଡମ୍ୟାପ । ଜାତୀୟ ପଦରୁ ହଟିଲେ ପଶ୍ଚିମବଙ୍ଗ ନେତା ।

ମୁଣ୍ଡ ଉପରେ ଲୋକସଭା ନିର୍ବାଚନ ଥିବାରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ କରି ତିଆରି କରୁଛି ରଣନୀତି । ବିଜୟ ଲକ୍ଷ୍ୟ ନେଇ ୧୯ସୂତ୍ରୀ ପ୍ଲାନ କରିଛି ଭାରତୀୟ ଜନତା ପାର୍ଟି । ଏପରିକି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ପରେ ଏବେ ଆକ୍ସନ ମୋଡକୁ ଆସିଛି ଦଳ । ଏହିକ୍ରମରେ ଦଳର ଜାତୀୟ ସଚିବ ପଦରୁ ହଟିଛନ୍ତି ପଶ୍ଚିମବଙ୍ଗର ନେତା ଅନୁପମ ହଜରା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ସାଂଗଠନିକ ବୈଠକ କରିବା ପରେ ଏଭଳି ଆକ୍ସନ ନେଇଛନ୍ତି । କାରଣ ଅନେକ ଦିନ ଧରି ଦଳର କାର୍ଯ୍ୟକଳାପକୁ ସମାଲୋଚନା କରି ଆସୁଥିଲେ ଲୋକସଭାର ପୂର୍ବତନ ସାଂସଦ ଅନୁପମ ହଜରା । ତେଣୁ ଦଳ ଭିତରେ ଥିବା ମତ ଭେଦକୁ ସାଂଗଠନିକ ଅନୁଶାସନ ଭିତରେ ବଜାୟ ରଖିବା ସହ ଦଳର ନେତୃତ୍ୱଙ୍କୁ ଉଚିତ ମାର୍ଗରେ ଯିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ଯାହା ନଡା ଏବଂ ଶାହଙ୍କ ଏକ ବଡ ବାର୍ତା ବୋଲି ଆଲୋଚନା ହେଉଛି ।

ଏଠାରେ କହିରଖୁଛୁ ଯେ ମଙ୍ଗଳବାର ପଶ୍ଚିମବଙ୍ଗ ଗସ୍ତ କରି ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଜେପି ନଡ୍ଡା ଓ ଅମିତ ଶାହ । ପରେ ଆଇଟି ସେଲ ଏବଂ ଯୁବକ ତଥା ଅନ୍ୟ ମୋର୍ଚ୍ଚାର ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।ଏସବୁ ପରେ ଶାହ କହିଛନ୍ତି ଯେ, ବଙ୍ଗଳାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱାସ କରୁଛନ୍ତି । ଏବଂ ଆଗାମୀ ନିର୍ବାଚନରେ ରାଜ୍ୟର ୪୨ଟି ଲୋକସଭା ଆସନ ମଧ୍ୟରୁ ୩୫ଟି ବିଜେପିକୁ ଦେଇ ଆଶୀର୍ବାଦ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ତେବେ ସେ ଯାହା ବି ହେଉ ଆଗାମୀ ଇଲେକସନକୁ ଦୃଷ୍ଟିରେ ରଖି ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଚାଣକ୍ୟ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡା । ଏନେଇ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଡିସେମ୍ବର ୩୧ପୂର୍ବରୁ ରାଜ୍ୟ ପଦାଧିକାରୀ ସହ ଜିଲ୍ଲା ସ୍ତରୀୟ ମିଟିଂ କରାଯିବାକୁ ଯୋଜନା ହୋଇଛି । ସେହିପରି ଜାନୁଆରୀ ୫ପୂର୍ବରୁ ରାଜ୍ୟ ସ୍ତରରେ ସମସ୍ତ ମୋର୍ଚ୍ଚାର ବୈଠକ ହେବ ବୋଲି ଜଣାପଡିଛି । ତେଣୁ ପ୍ରସ୍ତୁତ ହୋଇଥିବା ୧୯ସୂତ୍ରୀ ଫର୍ମୁଲାକୁ ନେଇ ତାର ରୋଡମ୍ୟାପ ତିଆରି କରୁଛି ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com