ଜାତୀୟରାଜନୀତି

ମହା ବିକାଶ ଅଘାଡି ସରକାର ଉପରେ କୌଣସି ବିପଦ ନାହିଁ, ବହୁମତ ହାସଲ କରିବା ବିଜେପି ପାଇଁ ସ୍ୱପ୍ନ: କଂଗ୍ରେସ

ନାଗପୁର: ମହାରାଷ୍ଟ୍ରରେ ମହା ବିକାଶ ଅଘାଡି(ଏମଭିଏ) ସରକାର ପ୍ରତି କୌଣସି ବିପଦ ନାହିଁ । ମଙ୍ଗଳବାର ଏହା କହିଛନ୍ତି କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ସଭାପତି ନାନା ପଟୋଲେ । ତାଙ୍କ ପାର୍ଟି ନେତା ମୁମ୍ବାଇରେ ବୈଠକ ସମୟରେ ରାଜ୍ୟରେ ସାଂପ୍ରତିକ ରାଜନୈତିକ ଘଟଣା ବିଷୟରେ ଆଲୋଚାନ କରିବେ । ମହାରାଷ୍ଟ୍ରର ମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଶିବସେନାର କିଛି ବିଧାୟକ ଗୁଜରାଟର ସୁରଟରେ ଡେରା ପକାଇବା ଘଟଣାକ୍ରମ ମଧ୍ୟରେ ପୋଟଲେ ଏହି ବୟାନ ଦେଇଛନ୍ତି ।

ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ପଟୋଲେ କହିଛନ୍ତି, ଭାଙ୍ଗିବା ହେଉଛି ବିଜେପିର ରାଜନୀତିର ଏକ ଅଂଶ । ବିଜେପି କେନ୍ଦ୍ରରେ ଥିବା ନିଜ ଶକ୍ତିର ଦୁରୁପଯୋଗ କରୁଛି । ଏହି କଥା କାହାକୁ ଅଛପା ନୁହେଁ । ସେମାନେ ମିଥ୍ୟାର ମାର୍ଗରେ ଚାଲିଛନ୍ତି, ମାତ୍ର ବିଜୟ ସତ୍ୟର ହିଁ ହେବ । ଏହି ସମୟ ବି ଅତିକ୍ରାନ୍ତ ହେବ ବୋଲି ପଟୋଲେ କହିଛନ୍ତି । ରାଜ୍ୟରେ ଏମଭିଏ ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ବିଜେପି ପାଇଁ ସ୍ୱପ୍ନ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି(ଏମଭିଏ)କୁ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଛଅଟିରୁ ଗୋଟିଏ ଆସନରେ ପରାଜୟର ମୁହଁ ଦେଖିବାକୁ ମିଳିଛି । ଶିବସେନା, ଏନସିପି ଏବଂ କଂଗ୍ରେସ ଏମଭିଏର ସହଯୋଗୀ ଦଳ । ପ୍ରତ୍ୟେକ ଦଳ ବିଧାନ ପରିଷଦର ୧୦ ସିଟ୍ ପାଇଁ ଅନୁଷ୍ଠିତ ନିର୍ବାଚନରେ ଦୁଇ ଦୁଇ ପ୍ରାର୍ଥୀ ଦେଇଥିଲେ । ହେଲେ କଂଗ୍ରେସର ଦଳିତ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପରାଜୟ ସାମ୍ନା କରିବାକୁ ପଡିଛି । ବିରୋଧୀ ବିଜେପିର ସମସ୍ତ ପାଞ୍ଚ ପ୍ରାର୍ଥୀ ଜିତିବାରେ ସଫଳ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com