Featuredବାଣିଜ୍ୟ

୪୯୯ ଟଙ୍କାରେ ବୁକ୍ କରିପାରିବେ ଏହି ଇଲେକ୍ଟ୍ରିକ୍ ସ୍କୁଟର, ଥରେ ଚାର୍ଜ କଲେ ଚାଲିବ ୧୧୫ କିମି

ଭୁବନେଶ୍ୱର: ଭାରତରେ ଦୁଇ ଚକିଆ ବ୍ରାଣ୍ଡ BGAUSS ଏହାର ତୃତୀୟ ଇଲେକ୍ଟ୍ରିକ୍ ସ୍କୁଟର BG D15 ଦିଲ୍ଲୀରେ ଲଞ୍ଚ କରିଛି। ଏହି ସ୍କୁଟରକୁ ଆପଣ ମାତ୍ର ୪୯୯ ଟଙ୍କା ଦେଇ ବୁକ୍ କରିପାରିବେ| ଏହି ସ୍କୁଟରଟି ସମ୍ପୂର୍ଣ୍ଣ ଚାର୍ଜରେ ୧୧୫ କିଲୋମିଟର ଚାଲିବ ବୋଲି କମ୍ପାନୀ ଦାବି କରିଛି ।

ଫିଚର୍ସ ବିଷୟରେ କହିବାକୁ ଗଲେ, BG D15 ହେଉଛି ବର୍ତ୍ତମାନର ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ଏହାର ପ୍ରଥମ ସ୍କୁଟର । BG D15 ରେ ବଡ଼ ବ୍ୟାଟେରୀ, ଇନ୍-ବିଲ୍ଟ ନେଭିଗେସନ୍, ଡିଜିଟାଲ୍ ସ୍ପିଡୋମିଟର, ବ୍ଲୁଟୁଥ୍ କନେକ୍ଟିଭିଟି, କିକଲେସ୍ ଷ୍ଟାର୍ଟ, ମୋବାଇଲ୍ ଚାର୍ଜିଂ, କଲ୍ ଏବଂ ନୋଟିଫିକେସନ୍ ଆଲର୍ଟ ଭଳି ଫିଚର୍ସ ରହିଛି। ଉପଭୋକ୍ତାମାନେ ସ୍ମାର୍ଟଫୋନ୍ କୁ ସେମାନଙ୍କ ଇଲେକ୍ଟ୍ରିକ ସ୍କୁଟର ସହିତ ସଂଯୋଗ ମଧ୍ୟ କରିପାରିବେ ।

ଏହା ସହ କମ୍ପାନୀ ଦାବି କରିଛି ଯେ ଏହି ପ୍ରିମିୟମ ଇଲେକ୍ଟ୍ରିକ୍ ସ୍କୁଟରରେ ସୁରକ୍ଷା ପାଇଁ ବିଶେଷ ଯତ୍ନ ନିଆଯାଇଛି ଏବଂ ୨୦ ଟି ସୁରକ୍ଷା ଫିଚର୍ସ ଦିଆଯାଇଛି।

ଏଥିରେ ୩.୨ କିଲୋୱାଟ ଲିଥିୟମ ଆୟନ ବ୍ୟାଟେରୀ ସ୍ଥାପନ କରାଯାଇଛି । ଏହା ଦୁଇଟି ରାଇଡିଂ ମୋଡ୍ ରହିଛି – ଇକୋ ଏବଂ ସ୍ପୋର୍ଟସ୍। ଏହା ଇକୋ ମୋଡ୍ ରେ ୧୧୫ କିମି ଓ ସ୍ପୋର୍ଟ୍ସ ମୋଡରେ ଏହାର ଗତି ମାତ୍ର ସାତ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିରେ ୧୬ ଇଞ୍ଚର ଆଲୋଇ ହ୍ୱିଲ ଦିଆଯାଇଛି ଏବଂ ବ୍ୟାଟେରୀ ୫ ଘଣ୍ଟା ୩୦ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ।

ଗ୍ରାହକମାନେ ଶୋ’ରୁମ୍ କିମ୍ବା ଅନ୍ ଲାଇନ ମାଧ୍ୟମରେ ସ୍କୁଟରକୁ ବୁକ୍ କରିପାରିବେ। ୱେବସାଇଟରେ ବୁକିଂ ରାଶି କେବଳ ୪୯୯ ଟଙ୍କା ରଖାଯାଇଛି। ଏହା ଦୁଇଟି ପ୍ରକାରରେ ଆସେ। D15i ର (ଏକ୍ସ-ଶୋ’ରୁମ୍) ମୂଲ୍ୟ ହେଉଛି ୯୯ ,୯୯୯ ଏବଂ D15 Pro ର (ଏକ୍ସ-ଶୋ’ରୁମ୍) ମୂଲ୍ୟ ହେଉଛି ୧,୧୪,୯୯୯।

 

Related Articles

Back to top button
WP Twitter Auto Publish Powered By : XYZScripts.com