ବାଣିଜ୍ୟ

ଉଜବେକିସ୍ତାନରେ ଦେଶର ଆଭିମୁଖ୍ୟ ରଖିଲେ ପ୍ରଧାନମନ୍ତ୍ରୀ

ଉଜବେକିସ୍ତାନ, ୧୬/୦୯/୨୦୨୨-    ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫% ବୃଦ୍ଧି ପାଇବ । ଡାକ୍ତରୀ ଓ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଭାରତ ହେଉଛି ସବୁଠୁ ଶସ୍ତା ଦେଶ । ତେଣୁ ପାରମ୍ପରିକ ଔଷଧ ନିମନ୍ତେ ‘ଏସସିଓ’ ଦେଶଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବା ଉଚିତ ବୋଲି ଉଜବେକିସ୍ତାନର ସମରକନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଭିମୁଖ୍ୟକୁ ରଖିଛନ୍ତି । ଏଥି ସହିତ ମୋଦୀ କହିଛନ୍ତି  ଏସସିଓ ଦେଶମାନେ ଷ୍ଟାର୍ଟଟପ ଏବଂ ଫୁଡ ଫେଷ୍ଟିଭାଲ କରିବାକୁ ପ୍ରସ୍ତାବ ଦେବା ସହ ଭାରତକୁ ଉତ୍ପାଦନର ‘ହବ୍’ରେ ରୂପାନ୍ତର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଏବଂ ଗମନାଗମନ ବ୍ୟବସ୍ଥାକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ-ପାକିସ୍ତାନ ବିବାଦ ପରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ରହିଛି ।  ସେହିପରି ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ବୈଠକ ହେବ ନାହିଁ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com