ବାଣିଜ୍ୟ

ନାସାର ମିଶନ ମୁନ୍ ସଫଳ

ଭୁବନେଶ୍ୱର, ୧୨/୧୨/୨୦୨୨ –   ଶେଷରେ ସଫଳ ହୋଇଛି ନାସାର ମିଶନ ମୁନ । ୨୫ ଦିନ ୧୦ ଘଣ୍ଟା ୫୩ ମିନିଟର ଯାତ୍ରା ସାରି ରବିବାର ରାତି ୧୧ଟା ୧୦ ମିନିଟ ସମୟରେ ପୃଥିବୀକୁ ଫେରିଛି ନାସାର SLS ରକେଟ୍ । କେନେଡି ସ୍ପେସ ଷ୍ଟେସନରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଥିବା ବେଳେ, ଏହା ୧.୪ ମିଲିୟନ ମାଇଲ ଯାତ୍ରା କରି କାଲିଫର୍ଣ୍ଣିଆ ସମୁଦ୍ରରେ ଅବତରଣ କରିଛି । ଚନ୍ଦ୍ରପୃଷ୍ଠରୁ ପୃଥିବୀ ଫେରିଥିବା ଏହି ରକେଟ ଲାଟେଷ୍ଟ ଟେକ୍ନୋଲୋଜି ସ୍କିପ୍ ଏଣ୍ଟ୍ରି ଟେକନିକରେ ଲ୍ୟାଣ୍ଡ କରିଛି । ଏହି ପ୍ରକ୍ରିୟାରେ ୩ଟି ପର୍ଯ୍ୟାୟ ରହିଥିଲା । ପ୍ରଥମେ ଏହା ପୃଥିବୀ ବାୟୁମଣ୍ଡଳର ଉପରିଭାଗରେ ପ୍ରବେଶ କରିଥିଲା । ଏହାପରେ କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଆସି ପୁଣି ପାରାଚ୍ୟୁଟ ସାହାଯ୍ୟରେ ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ସ୍କିପ ଏଣ୍ଟ୍ରି ବେଳେ ସ୍ପେସକ୍ରାଫ୍ଟ ଓ କ୍ରୁ ମଡ୍ୟୁଲ ଅଲଗା ହୋଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com