ବାଣିଜ୍ୟ

କଲ୍ୟାଣ ଜୁଏଲର୍ସର ନୂଆ ସୁନା ଅଳଙ୍କାର ସୋ ରୁମ ଉଦ୍ଘାଟିତ 

ବ୍ରହ୍ମପୁର, ୦୫/୦୯/୨୦୨୨-  ସାରା ଭାରତରେ ସୁନା ବ୍ୟବସାୟରେ ଖ୍ୟାତି ଅର୍ଜନ କରିଥିବା କଲ୍ୟାଣ ଜୁଏଲର୍ସ ତରଫରୁ ବ୍ରହ୍ଣପୁର ସିଟି ହାଇସ୍କୁଲ ରୋଡରେ ଅତ୍ୟାଧୁନିକ ଗହଣା ଦୋକାନ ଉଦଘାଟନ କରାଯାଇଛି । ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି-  ଓଡିଶାର ଏହା ଦ୍ୱିତୀୟ ଶୋ ରୁମ । ଗ୍ରାହକମାନଙ୍କୁ ଆକୃଷ୍ଟ କଲାଭଳି ସୁନା, ରୁପା ହୀରାରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଡିଜାଇନ ଏଠାରେ ପାଇପାରିବେ ।

ଏହି ସୋରୁମ ତରଫରୁ ପ୍ରତ୍ୟେକ ଗ୍ରାହକମାନଙ୍କ ପାଇଁ କିଛି ଅଫର ରଖାଯାଇଛି । ଏକ ଲକ୍ଷ ଟଙ୍କାର ହୀରା କିଣିଲେ ଦଶ ହଜାର ଛାଡ଼ । ପ୍ରତି ଗଢ଼ା ମଜୁରୀରେ ତିନି ଶହ ଟଙ୍କା ରିହାତି ଏବଂ ପୁରୁଣା ସୁନା ପ୍ରତିବଦଳରେ ପ୍ରତି ଗ୍ରାମରେ ୫୦ ଟଙ୍କା ଅଧିକ ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com