ବାଣିଜ୍ୟ

ଏଣିକି କୌଣସି କର୍ମଚାରୀଙ୍କ PF କ୍ଲେମ୍ ରିଜେକ୍ଟ ହେବ ନାହିଁ!

ନୂଆଦିଲ୍ଲୀ: ଏଣିକି କୌଣସି କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡ  କ୍ଲେମ୍ ରିଜେକ୍ଟ ହେବ ନାହିଁ । ଗ୍ରାହକଙ୍କୁ କ୍ଲେମ ରିଜେକ୍ସନରୁ ମୁକ୍ତି ଦେବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କଠୋର ନିର୍ଦ୍ଦେଶନାମା ଜାରି କରିଛି । ତେବେ ଇପିଏଫଓର ନୂଆ ପଦକ୍ଷେପ ପରେ ଏଣିକି ଆଉ ଗ୍ରାହକଙ୍କର କ୍ଲେମ ରିଜେକ୍ଟ ହେବ ନାହିଁ । କର୍ମଚାରୀମାନେ ନିଜ ନିଜର ପିଏଫ ଆକାଉଣ୍ଟରୁ ପଇସା କାଢ଼ିବା ପଇଁ ଠିକ୍ ଭାବେ କ୍ଲେମ କରିପାରିବେ । କ୍ଲେମକୁ ଅଟକାଇବା ଓ ରିଜେକ୍ଟ ପ୍ରକ୍ରିୟାକୁ ହଟାଇବାକୁ ଇପିଏଫଓ ନିର୍ଦ୍ଦେଶ ଦେଇଛି । ଏହାଦ୍ୱାରା କର୍ମଚାରୀଙ୍କର ଅନେକ ସମସ୍ୟାର ସମାଧାନ ନିଶ୍ଚିତ ଭାବେ ହୋଇପାରିବ । ନୂଆ ଗାଇଡଲାଇନ୍ସ ମୁତାବକ, ସବସ୍କ୍ରାଇବର୍ସଙ୍କ ଯାଞ୍ଚ ପ୍ରଥମ ଥର ଠିକ୍ ଭାବେ କରାଯିବା ଦରକାର । ଯାଞ୍ଚ ସମୟରେ ଯଦି କୌଣସି ତ୍ରୁଟି ଦେଖାଦିଏ, ତେବେ ତା’ର କାରଣ ସଦସ୍ୟଙ୍କୁ କହିବା ଉଚିତ । ରିଜେକ୍ଟ ହୋଇଥିବା ପିଏଫ କ୍ଲେମକୁ ଜୋନାଲ ଅଫିସକୁ ସମୀକ୍ଷା ପାଇଁ ପଠାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲେମକୁ ପ୍ରୋସେସିଂ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com