ବାଣିଜ୍ୟ

ଗୁରୁବାର ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ,୨୦/୧୨/୨୦୨୨-   ଗୁରୁବାର ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ୧୫ହଜାରରୁ ଅଧିକ ଲୋକ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୧ ହଜାର ୪୨ କୋଟି ୬୯ଲକ୍ଷର ୧୦୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଗୁଡ଼ିକ ମଧ୍ୟରେ ହଳଦୀପଦାଠାରୁ ଦିଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ସୋମନାଥପୁର ରେଳବ୍ରିଜ୍,  ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ହରଗଙ୍ଗା ପୋଖରୀର ନବୀକରଣ, ଚାନ୍ଦିୁରପାଇଁ ସ୍ୱତନ୍ତ୍ର ବିଦ୍ୟୁତଗ୍ରୀଡ଼ ଷ୍ଟେସନ ଇତ୍ୟାଦି ରହିଛି । ସେହିପରି ଜିଲ୍ଲାର ୧୨ଟି ବ୍ଲକ ସମେତ ବାଲେଶ୍ୱର, ଜଳେଶ୍ୱର, ସୋର, ମ୍ୟୁନିସିପାଲିଟି ଏବଂ ରେମୁଣା ନୀଳଗିରି N.A.Cର ୩୬୪ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫୭ଟି ପ୍ରକଳ୍ପକୁ ଲୋକାର୍ପିତ କରିବେ ।

ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ ପୋଲିସ ଲାଇନ୍ ପଡ଼ିଆ ସଭାସ୍ଥଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି ।ପୋଲିସ ଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ S.Pଙ୍କ ନେତୃତ୍ୱରେ ୨ଜଣ ଅତିରିକ୍ତ S.P, ୬ଜଣ D.S.P ଓ ୧୧ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ କରାଯିବ ବୋଲି ବାଲେଶ୍ୱର S.P ସୂଚନା ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com