ବାଣିଜ୍ୟ

ସାଇବର ଲୁଟ୍ ଟଙ୍କା କେମିତି ଫେରି ପାଇବେ ?

ଭୁବନେଶ୍ୱର, ୦୪/୦୪/୨୦୨୩ –    ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ । କ୍ଷଣିକରେ ଆପଣଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଲୁଟି ନେଉଛନ୍ତିି ସାଇବର ଲୁଟେରା । ତେବେ ଆପଣ ଜାଣିଛନ୍ତି କି .. ସାଇବର ଲୁଟେରା ଟଙ୍କା ଲୁଟି ନେବା ପରେ କରିବେ କଣ ? କିପରି ଫେରି ପାଇବେ ଆପଣଙ୍କ ଟଙ୍କା ?ଯଦି ଆପଣଙ୍କ ଟଙ୍କା ସାଇବର ଲୁଟେରା ଲୁଟି ନେଇଛନ୍ତି ତେବେ ତୁରନ୍ତ ୧୯୩୦ କଲ୍ କରନ୍ତୁ ଏବଂ ନିଜ ଅଭିଯୋଗ ଜଣାନ୍ତୁ ।

ଯଦି ଆପଣ ଅଭିଯୋଗ କରନ୍ତି ତେବେ ଆପଣଙ୍କ ଟଙ୍କାର କିଛି ପରିମାଣ ଆପଣ ଫେରି ପାଇବେ । ଏକଥା ଆମେ କହୁନାହୁଁ, ସରକାରୀ ତଥ୍ୟ ଅନୁଯାୟୀ ୩୩ ଲକ୍ଷ ଲୋକ ଏହି ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ନିଜ ଟଙ୍କା ଫେରି ପାଇଛନ୍ତି ।

ଅନ୍ୟପଟେ ଆପଣ ଯଦି ଏହି ଭଳି ଠକାମିରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ କାହାକୁ ଆପଣଙ୍କ OTP କିମ୍ବା ପାସୱାର୍ଡ଼ ସେୟାର କରନ୍ତୁ ନାହିଁ । କାହାର ପ୍ରରୋଚନାରେ କୌଣସି ଆପ୍ ଡ଼ାଉନଲୋଡ଼ କରନ୍ତୁ ନାହିଁ କି ଅଜଣା କଲ୍ , ମେସେଜ କିମ୍ବା ମେଲରେ ବିଶ୍ୱାସ କରନ୍ତୁ ନାହିଁ । ଯଦି ବି ଆପଣ ଭୁଲ ବଶତଃ ଠକାମିର ଶିକାର ହେଉଛନ୍ତି ତେବେ ଅତିଶୀଘ୍ର ୧୯୩୦ରେ କଲ୍ କରନ୍ତୁ । ଏହି ହେଲ୍ପଲାଇନ୍ ନମ୍ବର ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛନ୍ତି । ଯାହା ପ୍ରତି ରାଜ୍ୟରେ ପୋଲିସ୍ ନିୟନ୍ତ୍ରଣ କକ୍ଷ ସହ ସମନ୍ୱିତ କରାଯାଇଛି । ଏହି ନମ୍ବରରେ କଲ କରିବା ପରେ ପୋଲିସ୍ ଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଏ । ଯାହା ଫଳରେ ଅପରାଧୀ ଅଧିକ ଟଙ୍କା ଲୁଟି ପାରନ୍ତି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com