ବାଣିଜ୍ୟ

ବିମାନ ଭଡାରୁ ହଟିଲା ଫେୟାର କ୍ୟାପ

ନୂଆଦିଲ୍ଲୀ, ୦୬/୦୯/୨୦୨୨ –  କମିଲା ବିମାନ ଭଡା । ବିମାନ ଭଡାକୁ ନେଇ ସରକାର ଲଗାଇଥିବା ବାଧ୍ୟତା ମୂଳକ ଫେୟାର କ୍ୟାପ ଉଠାଇ ଦେବା ପରେ ଏବେ ବିମାନ କମ୍ପାନୀମାନେ  ଭଡା କମାଇଛନ୍ତି । ଫେୟାର କ୍ୟାପର ଅର୍ଥ ହେଉଛି ଧାର୍ଯ୍ୟ ହୋଇଥିବା ଭଡାର ସୀମା ଠାରୁ କମ୍ କିମ୍ବା ଅଧିକ ଦରରେ ଏୟାରଲାଇନ କମ୍ପାନୀମାନେ ଯାତ୍ରୀମାନଙ୍କୁ ଟିକେଟ ବିକ୍ରି କରିପାରିବେ ନାହିଁ । ଏହା ପୂର୍ବରୁ ବାଧ୍ୟତାମୂଳକ ଥିଲା । ହେଲେ ସରକାର ଏହି କଟକଣା ହଟାଇ ଦେବା ପରେ ଏବେ ଇଣ୍ଡିଗୋ, ଏୟାର ଏସିଆ, ଅକାଶା ଏୟାର, ଗୋ ଫାଷ୍ଟ ଓ ବିସ୍ତରା ଭଳି କମ୍ପାନୀମାନେ ଟିକେଟ ଦାମ କମ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com