ବାଣିଜ୍ୟ

ସର୍ବନିମ୍ନ ସ୍ତରରେ ଏଲଆଇସି ସେୟାର ମୂଲ୍ୟ

ଶୁକ୍ରବାର ଷ୍ଟକ ମାର୍କେଟରେ ଏଲଆଇସିର ସେୟାର ଏକ ପ୍ରତିଶତ କମିଯାଇଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଆଉ ଏହାର ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ, ଏଲଆଇସି ଉପରେ ମଧ୍ୟ ପଡ଼ିଛି ।
ଆଦାନୀଙ୍କ ବିଭିନ୍ନ କମ୍ପାନୀର ଏଲଆଇସିର ଅର୍ଥ ନିବେଶ ହୋଇଛି ।

ସଂସଦରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ ଆଦାନୀ କମ୍ପାନୀ ଗୁଡ଼ିକରେ ଏଲଆଇସି ପକ୍ଷରୁ ୩୦ ହଜାର ୧୨୭ କୋଟି ଟଙ୍କାର ନିବେଶ ଲାଗିଛି । ଅର୍ଥାତ୍ ଏତିକି ମୁଲ୍ୟର ଆଦାନୀ କମ୍ପାନୀ ଗୁଡ଼ିକର ଇକ୍ୟୁଟି କିଣିଛି ଭାରତୀୟ ଜୀବନ ବୀମା ନିଗମ । ଆଉ ଏବେ ଯେତେବେଳେ ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀର ବିଭିନ୍ନ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟ କମିଚାଲିଛି, ଏହାର ପ୍ରଭାବ ମଧ୍ୟ ସିଧାସଳଖ ଭାବେ ଏଲଆଇସି ସେୟାର ଉପରେ ପଡ଼ୁଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com