ବାଣିଜ୍ୟ

ବର୍ଷାରେ ଓଦା ହୋଇ ସଫେଇ କର୍ମଚାରୀଙ୍କୁ ରେନ କୋଟ ପ୍ରଦାନ କଲେ କର୍ପୋରେଟର ସୂର୍ଯ୍ୟକାନ୍ତ

ବ୍ରହ୍ମପୁର, ୧୮/୦୮/୨୦୨୨-   ସଫେଇ କର୍ମଚାରୀମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ବ୍ରହ୍ମପୁର ସହରକୁ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ରାଜ୍ୟରେ ୧ ନଂ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି । ବୁଧବାର ବର୍ଷାରେ ୧୨ ନମ୍ବର ୱାର୍ଡର କିଛି ସଫେଇ କର୍ମଚାରୀମାନେ ହାଉସିଂ ବୋର୍ଡ ଓ ପ୍ରେମ ନଗର ଅଞ୍ଚଳରେ ବର୍ଷାରେ ଓଦା ହୋଇ ସଫେଇ କାର୍ଯ୍ୟ କରୁଥିଲେ । ଠିକ ଏହି ସମୟରେ ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ସଫେଇ କର୍ମଚାରୀମାନେ ବର୍ଷାରେ ଓଦା ହୋଇ ନିଜର କର୍ତ୍ତବ୍ୟ ଜାରି ରଖିଥିବା ଦେଖି ନିଜର ମାନବିକତା ଦେଖାଇଥିଲେ । ୧୨ ନଂ ୱାର୍ଡର ସମସ୍ତ ସଫେଇ କର୍ମଚାରୀ ଓ ସୁପରଭାଇଜରମାନଙ୍କୁ ଉନ୍ନତ ମାନର ରେନ କୋଟ ସେ ତାଙ୍କ ନିଜସ୍ବ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚକରି ପ୍ରଦାନ କରିଛନ୍ତି । ସଫେଇ କର୍ମଚାରୀମାନଙ୍କ ଏଭଳି କାର୍ଯ୍ୟକୁ କର୍ପୋରେଟର ପ୍ରଶଂସା କରିବା ସହ ସଫେଇ କର୍ମଚାରୀମାନେ  ଓଦା ହୋଇ ଜନସାଧାରଣଙ୍କୁ ସେବା ଯୋଗାଇଥିବାରୁ ତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ । ତେଣୁ ଅଞ୍ଚଳ ବହୁ ବରିଷ୍ଠ ବୁଦ୍ଧିଜୀବୀ ସୂର୍ଯ୍ୟକାନ୍ତଙ୍କ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି । ଏନେଇ କର୍ପୋରେଟର ଶ୍ରୀ ସୁବୁଦ୍ଧି କହିଛନ୍ତି ଯେ, ନିର୍ବାଚନରେ ମୋତେ ମୋ ୱାର୍ଡବାସୀ ଯେଉଁ ବିଶ୍ୱାସ ଓ ଭରଷାରେ କର୍ପୋରେଟର କରାଇଛନ୍ତି । ସେ ବିଶ୍ୱାସ ଓ ଭରଷାକୁ ମୁଁ କେବେ ଭାଙ୍ଗିବି ନାହିଁ ।  ସଫେଇ କର୍ମଚାରୀଙ୍କୁ ରେନ କୋଟ ପ୍ରଦାନ କରିବା , ଏହା ମୋର ମହାନତା ନୁହେଁ ,ଏହା ମୋର ଏକ ମାନବିକତା । ସଫେଇ କର୍ମଚାରୀମାନେ ବର୍ଷାରେ ଭିଜି କାର୍ଯ୍ୟ କରୁଥିଲେ, ଯାହା ଦେଖିବା ମାତ୍ରେ ମୋତେ ଅତି କଷ୍ଟ ଅନୁଭୂତ ହୋଇଥିଲା । ତେଣୁ ସେହି କଷ୍ଟକୁ ଦୂରର କରିବା ପାଇଁ ଏଭଳି ଏକ ଛୋଟିଆ ପ୍ରୟାସ କରିଲି ।

Related Articles

Back to top button
WP Twitter Auto Publish Powered By : XYZScripts.com