ବାଣିଜ୍ୟ

ବ୍ଳକସ୍ତରୀୟ ଜନଶୁଣାଣି ଶିବିରରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡପ ହେଉଥିବା ଅଭିଯୋଗ

ବ୍ରହ୍ମପୁର, ୦୧/୧୧/୨୦୨୨ –  ଗଞ୍ଜାମ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି କ୍ରମେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଉକ୍ତ ଶିବିରରେ ବ୍ଳକ ଅଧିନସ୍ଥ ବଡଡୁମ୍ବୁଳା , କଇଠଖଣ୍ଡି , ଫାସିଗୁଡା ଓ ଏସ୍ . ଟିକରପଡା ପଞ୍ଚାୟତର ଜାତୀୟ ସାମାଜିକ ସହାୟତା ମାଧ୍ୟମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ଟଙ୍କା ଭୂତ ଉଠାଉଥିବା ବୈଠକରେ ଆଲୋଚନା ଓ ଅଭିଯୋଗ ହୋଇଥିବା ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।

ଖବରନୁଯାୟୀ , ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରକୁ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଶୁଣାଣୀ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ଯୋଗଦେଇ ବ୍ଲକ ଅନ୍ତର୍ଗତ ୨୫ ଗୋଟି ପଞ୍ଚାୟତର ଆର୍ଥିକ ବର୍ଷ ଏପ୍ରିଲ ୧, ୨୦୨୧ ଠାରୁ ୨୦୨୨ , ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ଜାତୀୟ ଖାଦ୍ୟ ସୁରକ୍ଷା ଆଇନ , ସମନ୍ଵିତ ଶିଶୁ ବିକାଶ ଯୋଜନା ଓ ମମତା , ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ ଆୟୋଗ ସମ୍ପର୍କରେ ଜନଶୁଣାଣୀ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଳକର ସମସ୍ତ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ପଞ୍ଚାୟତରେ ରହିଥିବା ତ୍ରୁଟିକୁ ସମସ୍ୟା କିଭଳି ଦୂରୀଭୂତ କରାଯାଇପାରିବ ତାହାକୁ ନେଇ ଆଲୋକପାତ କରାଯାଇଥିଲା ।

ଏଥିସହ ଶ୍ରମ ଦିବସ କେତେକ ପରିମାଣରେ ସୃଷ୍ଟି ହୋଇପାରିବ ବୋଲି ଆଲୋକପାତ ହୋଇଥିଲା । ସେହିପରି ଏହି ଶୁଣାଣୀ କାର୍ଯ୍ୟକ୍ରମରେ କଇଠଖଣ୍ଡି ପଞ୍ଚାୟତର ମୃତ କାମ ମଲିକ ନାମରେ ୫ ମାସର ୩୫୦୦ ଟଙ୍କା , ବଡଡୁମ୍ବୁଳା ପଞ୍ଚାୟତର ସିମାଞ୍ଚଳ ଗୈାଡ ନାମରେ ୯ ମାସର ୪୫୦୦ , ପଞ୍ଚାନନ ପ୍ରଧାନ ନାମରେ ୭ ମାସର ୩୫୦୦ , କାଶୀ ନାୟକ ନାମରେ ୪ ମାସର ୨୦୦୦ , ଏସ୍ . ସିମାଞ୍ଚଳ ପାତ୍ର ନାମରେ ୮ ମାସର ୫୬୦୦ , ଫାସିଗୁଡା ପଞ୍ଚାୟତର ହେମ ସେଠୀ ଓ ଦଣ୍ଡାସୀ ଗୈାଡଙ୍କ ନାମରେ ଗୋଟିଏ ମାସର ୫୦୦ ଟଙ୍କା ଲେଖାଏଁ , ଏସ୍ . ଟିକରପଡା ପଞ୍ଚାୟତର କାଞ୍ଚନ ପାତ୍ରଙ୍କ ନାମରେ ୧୨ ମାସରେ ୬୦୦୦ ଟଙ୍କା ଉଠାଣ ହୋଇଥିବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଶୁଣାଣୀ ହୋଇଥିଲା । ଏପରିକି ଜାତୀୟ ଉଦ୍ୟାନ ଯୋଜନାରେ ମଧ୍ୟ ବଡଡୁମ୍ବୁଳା ପଞ୍ଚାୟତରେ ମହାଦୁର୍ନୀତି ହୋଇଥିବା ନେଇ ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ନିର୍ବାଚିତ ଜନ ପ୍ରତିନିଧି ମାନେ ସେଠାକାର ପଞ୍ଚାୟତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ଯନ୍ତ୍ରୀ ଇଂ . ଗୈାରବ ସାହୁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଏପିଓ ସନ୍ତୋଷ କୁମାର ସାହୁ , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ , ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର , ଜିପିଓ ଉମେଶ ସେଠୀ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com