ବାଣିଜ୍ୟ

 ପୁଣି ବଦଳିପାରେ ନମ୍ବର ପ୍ଲେଟ !

ଭୁବନେଶ୍ୱର, ୦୯/୦୨/୨୦୨୩ –   ପୁଣି ବଦଳିପାରେ ନମ୍ବର ପ୍ଲେଟ । ଜାତୀୟ ରାଜପଥରେ କୌଣସି ଅସୁବିଧାକୁ ଦୂର କରିବା ପାଇଁ ନ୍ୟାସନଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଉନ୍ନତ ଜ୍ଞାନ କୌଶଳ A.N.P.R. ବ୍ୟବହାର କରିବାକୁ ଯାଉଛି । ଏଥିପାଇଁ ନମ୍ବର ପ୍ଲେଟ ବଦଳିପାରେ ବୋଲି କୁହାଯାଉଛି । ତେବେ ଏନେଇ ଚିନ୍ତାରେ ସାଧାରଣ ଲୋକ ।

ଟୋଲ ଆଦାୟ ବ୍ୟବସ୍ଥାକୁ ସହଜ କରିବା ପାଇଁ ସ୍ୱଂୟଚାଳିତ ନମ୍ବର ପ୍ଲେଟ ସ୍ୱୀକୃତି A.N.P.R. ଉପରେ ବିସ୍ତୃତ ଅଧ୍ୟୟନ ପାଇଁ N.H.A.I ଏକ ପରାମର୍ଶଦାତା ଏଜେନ୍ସି ନିଯୁକ୍ତି କରିଛି ।  କିଛି ଦିନ ତଳେ ରାଜ୍ୟସଭାରେ ଲିଖିତ ଉତ୍ତରର ଜବାବ ଦେଇ ଏଭଳି ସୂଚନା ଦେଇଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଟୋଲ ଆଦାୟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଗାଡିରେ ଫାଷ୍ଟଟ୍ୟାଗ ବ୍ୟବସ୍ଥା କରା ଯାଇଥିଲେ ବି ପୂର୍ବଭଳି ଲମ୍ବା ଧାଡି ଲାଗି ରହୁଛି । ସେଥିପାଇଁ ଏବେ କେନ୍ଦ୍ର ସରକାର A.N.P.R. ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଆଗକୁ ଟୋଲ ଗେଟ ଉଠାଇ ଜାତୀୟ ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଲଗାଇବେ ସରକାର । ଏହି କ୍ୟାମେରା ନମ୍ବର ପ୍ଲେଟକୁ ସ୍କାନ କରିବ  ଆଉ ଟୋଲ ବାବଦକୁ ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିଯିବ । ଏଥିପାଇଁ ଗାଡିର ନମ୍ବରକୁ ଆକାଉଣ୍ଟ ସହ ଯୋଡିବାକୁ ପଡିବ । ସେଥିପାଇଁ ଆଗକୁ ନମ୍ବର ପ୍ଲେଟ ବଦଳିଯିବ ବୋଲି ଆକଳନ କରାଯାଉଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com