ବାଣିଜ୍ୟ

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର, ୦୧/୧୧/୨୦୨୨-  ସାଢେ ୪ ମାସ ପରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସମାଖୁଣ୍ଟା ପୀଠାବଟା ଗେଟରେ ୨୫ ଟି ଓ ଯଶିପୁର କାଳିଆଣୀ ଗେଟରେ ୩୫ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ସକାଳ ୬ ଟାରୁ ସକାଳ ୯ ଟା ଭିତରେ ଟିକେଟ ପାଇପାରିବେ ପର୍ଯ୍ୟଟକ । ଶିମିଳିପାଳ ଭିତରେ ରାତ୍ରୀ ଯାପନ ପାଇଁ www.ecotourodisha.com ରେ ଯାତ୍ରୀ ନିବାସ ବୁକ କରିପାରିବେ ପର୍ଯ୍ୟଟକ ।

ଶିମିଳିପାଳର ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି, ରାମତିର୍ଥ,ଯାତ୍ରୀ ନିବାସକୁ ଆଗୁଆ ବୁକ କରିପାରିବେ ପର୍ଯ୍ୟଟକ । ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବାରେ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ବର୍ଷାଋତୁରେ ଅଭୟାରଣ୍ୟ ରାସ୍ତା ଖରାପ୍ ହୋଇ ଯାଉଥିବା ଯୋଗୁଁ ଅଭୟାରଣ୍ୟକୁ ବନ୍ଦ ରଖା ଯାଇଥାଏ।

 

Related Articles

Back to top button
WP Twitter Auto Publish Powered By : XYZScripts.com