ବାଣିଜ୍ୟ

ରାଜନୈତିକ ଦଳମାନଙ୍କ ମନଇଚ୍ଛା ଚାନ୍ଦା ନେବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଚିଠି

ନୂଆଦିଲ୍ଲୀ, ୨୦/୦୯/୨୦୨୨-  ରାଜନୈତିକ ଦଳମାନଙ୍କ  ମନଇଚ୍ଛା ଚାନ୍ଦା ନେବା ନେଇ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଇନ ମନ୍ତ୍ରଣାଳୟକୁ ଏକ ସୁପାରିଶ କରିଛନ୍ତି । ଏହି ସୁପାରିଶ ଅନୁସାରେ ଏବେ ରାଜନୈତିକ ଦଳମାନେ ନଗଦ ଦାନକୁ ୨୦ ପ୍ରତିଶତ ନଚେତ ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ ରଖିବେ । ନିର୍ବାଚନ ଆୟୋଗ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଚିଠି ଲେଖି ଜନ ପ୍ରତିନିଧି ଅଧିନିୟମରେ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହି ପ୍ରସ୍ତାବ ଅନୁଯାୟୀ ରାଜନୈତିକ ଦଳମାନେ ୨ ହଜାର ଟଙ୍କାରୁ କମ୍ ନଗଦ ଚାନ୍ଦା ଉପରେ କୌଣସି ରିପୋର୍ଟ ଦେବାର ଆବଶ୍ୟକତା ନାହିଁ । ହେଲେ ଯଦି ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଉଠାଉଛନ୍ତି ତାହେଲେ ଏହାର ରିପୋର୍ଟରେ କରିବାକୁ ବାଧ୍ୟ । ନିର୍ବାଚନ ଆୟୋଗଙ୍କ ତରଫରୁ କଳାଧନକୁ ସଫା କରିବା ଆଳରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦାକୁ ନେଇ ଏଭଳି ପ୍ରସ୍ତାବ ରଖିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com