ବାଣିଜ୍ୟ

IPL ନିଲାମୀରେ ଇଂଲଣ୍ଡ କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା

ଭୁବନେଶ୍ୱର, ୨୩/୧୨/୨୦୨୨-  IPLର ମିନି ନିଲାମୀରେ ମାଲାମାଲ ହୋଇଛନ୍ତି ଇଂଲଣ୍ଡ କ୍ରିକେଟର । ଇଂଲଣ୍ଡର ହ୍ୟାରୀ ବ୍ରୁକ୍, ସାମ କୁରାନ ଏବଂ ବେନ ଷ୍ଟୋକ୍ସଙ୍କ ଉପରେ ହାତୀ ସୁନା କଳସ ଢାଳିଛି । ସାମ କୁରାନଙ୍କୁ ୧୮.୫୦ କୋଟିରେ ପଞ୍ଜାବ କିଣିଥିବା ବେଳେ ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ଓ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ ହାଇଦ୍ରାବାଦ  କିଣିଛି । ସେହିଭଳି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି ।

ସେହିପରି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ୮.୨୫ କୋଟି ଟଙ୍କାରେ ହାଇଦ୍ରାବାଦ, ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ, କେନ୍ ୱିଲିୟମସନଙ୍କୁ ୨ କୋଟିରେ ଗୁଜୁରାଟ ଟାଇଟନ୍ସ ସିକନ୍ଦର ରାଜାଙ୍କୁ ୫୦ ଲକ୍ଷରେ ପଞ୍ଜାବ, ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ, ଓଡେନ ସ୍ମିଥଙ୍କୁ ୫୦ ଲକ୍ଷ ଟଙ୍କାରେ ଗୁଜରାଟ କିଣିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com