ଓଡ଼ିଶା

ଟ୍ରକ ଲୁଟେରାଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

କଟକ() ଟ୍ରକ୍ ଲୁଟ୍ ଏବଂ ଏହାକୁ କାଟି ଗୋଦାମକୁ ଦେବା ଘଟଣାର ଫର୍ଦ୍ଦାଫାସ୍ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ଏହି ଲୁଟେରାମାନଙ୍କ ଠାରୁ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ସହ ୪ ଟି ମୋବାଇଲ, ଲୁଟରେ ବ୍ଯବହୃତ ସରଞ୍ଜାମ, କଟର୍,ଗ୍ୟାସ୍, ଟ୍ରକ୍ ଯନ୍ତ୍ରାଂଶ ଏବଂ ଅଧା କଟା ହୋଇଥିବା ଏକ ଟ୍ରକ୍ କୁ ଜବତ କରିଛି ପୋଲିସ। ବିଶେଷ କରି ଜାତୀୟ ରାଜପଥ କଡରେ ଥୁଆ ହୋଇଥିବା ଟ୍ରକ୍ ଗୁଡିକୁ ଏହି ଲୁଟେରା ମାନେ ଲୁଟ୍ କରିଥାନ୍ତି। ପରେ ଟ୍ରକର ଯନ୍ତ୍ରାଂଶ କୁ କାଟି ହଜାର ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ସ୍ଥାନୀୟ ଗୋଶାଳା ନୂଆସାହି ବାସିନ୍ଦା ସଦେଇ ସାହାଣୀଙ୍କ ୧୦ ଚକିଆ ଟ୍ରକ୍ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ସାଇ ମନ୍ଦିର ପାଖରେ ଗାଡ଼ି ରଖି ଡ୍ରାଇଭର ଜଣକ ଘରକୁ ଯାଇଥିଲେ। ଘରୁ ଫେରିବା ପରେ ଗାଡି ଚୋରି ହୋଇଥିବା ଦେଖି ଗାଡି ଚାଳକ ମାଲିକଙ୍କୁ ଖବର ଦେଇଥିଲେ। ପରେ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com