ଜାତୀୟ

ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି, ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ

ନୂଆଦିଲ୍ଲୀ() ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି। ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର। ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କୁ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ଆସି ସେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାର ସୋବତିଙ୍କର କିଛି ମାସ ପୂର୍ବରୁ ଏକ ଅପରେସନ୍ କରାଯାଇଥିଲା। କିନ୍ତୁ ସେ ଚାଲିବାକୁ ଅସମର୍ଥ ଥିଲେ।

ସୂଚନା ମୁତାବକ, ପ୍ରବୀଣ କୁମାର ସୋବତିଙ୍କ ଉଚ୍ଚତା ୬ଫୁଟ୍ ୬ଇଞ୍ଚ ହୋଇଥିବାରୁ ତାଙ୍କୁ ଅନେକ ଫିଲ୍ମରେ ଖଳନାୟକ ବା ଅଙ୍ଗରଖୀଙ୍କ ଚରିତ୍ରରେ ଦେଖିବାକୁ ମିଳୁଥିଲା। ହେଲେ ମାହାଭାରତରେ ଭୀମ ଚରିତ୍ରରେ ଆସି ସେ ‌ଲୋକପ୍ରିୟ ହୋଇଥିଲେ। ତେ‌ବେ ସେ ୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ। ଏଥିସହ ସେ ଏସିଆନ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ଏହା ସହ ସେ ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିଖ ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଯବାନ ଭାବେ ମଧ୍ୟ କାମ କରିଥିଲେ। ଏହା ପରେ ତାଙ୍କ ଉଚ୍ଚତା ଦେଖି ତାଙ୍କୁ ଭୀମ ଚରିତ୍ର ଅଫର କରାଯାଇଥିଲା ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com