ବାଣିଜ୍ୟ

ଦିୱାଲିରେ କିଣିବେ କି ନୂଆ ମୋବାଇଲ : ଜାଣନ୍ତୁ ଫ୍ଲିପ୍‌କାର୍ଟ ଅଫର

ଭୁବନେଶ୍ୱର, ୧୩ /୧୦/୨୦୨୨-   ଆସୁଛି ଦିୱାଲି । ମୋବାଇଲ କିଣିବାକୁ ଚାହୁଁଛନ୍ତି କି? ଫ୍ଲିପ୍‌କାର୍ଟ ଆଣିଛି ବିଗ୍ ଦିୱାଲି ସେଲ୍ ଅଫର । ଏଥିରେ ଜଣାଶୁଣା କମ୍ପାନୀର ମୋବାଇଲ ଗୁଡିକୁ ରହାତି ଦରରେ ପାଇହେବ । ଓପୋ ଏସ- ୨୧ ପ୍ରୋ ରିହାତି ସହିତ ମିଳୁଛି ୨୪ ହଜାର ୯ଶହ ୯୯ ଟଙ୍କାରେ । ଏଥିରେ ରହିଛି ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା, ୬୪ ମେଗାପିକ୍ସେଲର କ୍ୱାଡ୍ କ୍ୟାମେର, ସାଙ୍ଗକୁ ୪ ହଜାର ୫ ଶହ ଏମଏଏଚ କ୍ଷମତାର ବ୍ୟାଟେରି ସୁବିଧା । ଯଦି ରୟଲମି ଜିଟି ୨ କିଣିବାକୁ ଚାହୁଛନ୍ତି ତେବେ ୨୬ ହଜାର ୯ଶହ ୯୯ ଟଙ୍କାରେ ଏହା ଉପଲବ୍ଧ ହେଉଛି । ଏଥିରେ ରହିଛି ୬.୬୨ ଫୁଲ ଏଚଡି ଆମୋଲେଡ ଡିସପ୍ଲେ , କ୍ୱାଲକମ୍ ସ୍ମାର୍ଟ ଡ୍ରାଗନ ୮୮୮ ପ୍ରୋସେସର, ସହିତ ୫ ହଜାର ଏମଏଏଚ ବ୍ୟାଟେରୀ ସୁବିଧା । ଯାହାକୁ ୬୫ ୱ।ଟ୍ ଚାର୍ଜରରେ ୩୩ ମିନିଟରେ ଶହେ ପ୍ରତିଶତ ଚାର୍ଜ କରାଯାଇ ପାରିବ ।

ଯଦି ଗୁଗଲ ପିକ୍ସେଲ ୬ଏ କିଣିବାକୁ ଚାହୁଁଛନ୍ତି ତେବେ ପରଚେଜରେ ରିହାତି ସହିତ ୨୭ ହଜାର ୬ଶହ ୯୯ ଟଙ୍କାରୁ ପାଇପାରିବେ । ଏଥିରେ ୧୨୮ ଜିବି ଇଣ୍ଟରନାଲଷ୍ଟୋରେଜ, ୮ ମେଗାପିକ୍ସେଲ ପ୍ରଣ୍ଟ କ୍ୟାମେରା ସହିତ ୧୨ ମେଗାପିକ୍ସେଲର ଡୁଆଲ କ୍ୟାମେରା ସେନ୍ସର ରହିଛି । ଏହାଛଡା ରହିଛି ମୋଟୋରାଲା ଏଜ୍ ୨୦ ପ୍ରୋ । ଫ୍ଲିପକାର୍ଟ ୱେବସାଇଡ ଅନୁସାରେ ୨୮ ହଜାର ୭ଶହ ୪୯ ରିଟେଲ ପ୍ରାଇସ ରହିଛି । ଏଥିରେ ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା, ୧୦୮+୧୬+୮ ମେଗାପିକ୍ସେଲର ସେନ୍ସର ରହିଛି । ସେହିପରି ସାମସଙ୍ଗ ଗାଲାକ୍ସି ଏସ ୨୨ + ସ୍ମାର୍ଟଫୋନ ରିହାତି ସହ ୫୭ ହଜାର ଟଙ୍କା ରହିଛି । ଦିୱାଲିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ କୋଟାକ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ୧୦ ପ୍ରତିଶତର ତତ୍‌କ୍ଷଣାତ୍ ରିହାତି ସୁବିଧା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com