ବାଣିଜ୍ୟ

୨୦୨୩-୨୪ ବଜେଟକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା

ନୂଆଦିଲ୍ଲୀ, ୦୧ /୦୨/୨୦୨୩ –   ୨୦୨୩-୨୪ ବଜେଟର ରୂପରେଖକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରୁଛନ୍ତି । କେଉଁ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ଏହା ଉପରେ ଦେଶବାସୀଙ୍କ ନଜର ରହିଛି ।

ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି । ଏପରିକି ଆୟକର ଲାଗୁ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ  ୩୦% ପରିବର୍ତ୍ତେ ୨୫%କୁ ହ୍ରାସ ନେଇ ଆଶା କରାଯାଉଛି ।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ଥା ମଧ୍ୟରେ ଆସୁଥିବା ଏହି ବଜେଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗତ କିଛି ବର୍ଷ ଧରି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯାଇନାହିଁ । ଏଥର ବଜେଟରେ ସରକାର କିଛି ବୋଲ୍ଡ ପଦକ୍ଷେପ ନେବେ ବୋଲି ପ୍ରି –ବଜେଟ ସର୍ଭେ ରିପୋର୍ଟରେ ମତ ଦେଇଥିଲେ ଏକ୍ସପର୍ଟ ।

 

Related Articles

Back to top button
WP Twitter Auto Publish Powered By : XYZScripts.com