ଓଡ଼ିଶା

ଜମିବାଡି ବିବାଦରୁ ଦୁଇ ପରିବାର ମଧ୍ୟରେ ମାରପିଟ୍, ୩ ଗୁରୁତର

ବାଲିପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଛନ୍ତି । ମାରପିଟ୍ ରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମର ବାବାଜୀ ଜେନା ଏବଂ ଦେବ ଭୋଇଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା । ଉକ୍ତ ଜମିକୁ ବାବାଜୀ ଜେନା ଯାଇଥିବା ବେଳେ ଦେବ ଭୋଇଙ୍କ ପରିବାର ତାଙ୍କୁ ଠେଙ୍ଗାର ଆକ୍ରମଣ କରିଥିଲେ । ଆକ୍ରମଣରେ ବାବାଜୀ ଜେନା ତଳେ ପଡିଯାଇଥିଲେ । ବାବାଜୀ ଜେନାଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ସ୍ତ୍ରୀ କମଳା ଜେନା, ତାଙ୍କ ପୁତ୍ର ବାସୁଦେବ ଜେନା, ଜୟଦେବ ଜେନା ଆକ୍ରମଣର ଶିକାର ହୋଇଛନ୍ତି । ବାବାଜୀ ଜେନା, କମଳା ଜେନା ଏବଂ ବାସୁଦେବ ଜେନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହାସହ ଦେବ ଭୋଇଙ୍କ ପରିବାରର ୨ ଜଣ ମଧ୍ୟ ଆହତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com