ବାଣିଜ୍ୟ

ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ

ଭୁବନେଶ୍ୱର, ୨୯/୧୨/୨୦୨୨-   ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କୁ ଚାଇନାରୁ ବଡ଼ ଝଟ୍‌କା ଲାଗିଛି । ଚାଇନାରେ ଟେସ୍‌ଲା ଉତ୍ପାଦନ ବନ୍ଦ ହୋଇଯାଇଛି । ଯେଉଁଥିପାଇଁ କମ୍ପାନୀର ସେୟାର ମୂଲ୍ୟ ୬୯% ହ୍ରାସ ଘଟିଛି । ଏହା ସହିତ ଟେସଲା ଏସଆଣ୍ଡପି ୫୦୦ ଇଣ୍ଡେକ୍ସରେ ଶ୍ରେଷ୍ଠ ୧୦ଟି କମ୍ପାନୀ ତାଲିକାରୁ ବାଦ୍‌ ପଡିଛି । ଚଳିତବର୍ଷ ମସ୍କଙ୍କ ସମ୍ପତ୍ତିରେ ୧୪୦ ବିଲିୟନ୍‌ ଡଲାର ହ୍ରାସ ଘଟିଛି । ଆମେରିକା ଏବଂ ଚାଇନାରେ ବିକ୍ରି ଚାହିଦାରେ ହ୍ରାସ ଯୋଗୁ ଟେସ୍‌ଲାକୁ ଏଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କ୍ରମାଗତ ସପ୍ତମ ଦିନ ପାଇଁ ଟେସ୍‌ଲା ସେୟାର ମୂଲ୍ୟରେ ହ୍ରାସ ପାଇଛି ।

ଏହାଦ୍ୱାରା କମ୍ପାନୀର କାରଗୁଡିକର ଚାହିଦା ହ୍ରାସ ପାଉଥିବା ନେଇ ଆଶଙ୍କା ବଢ଼ିଛି । ଏଥିଯୋଗୁ ଟେସଲାର ଷ୍ଟକ୍ ମୂଲ୍ୟରେ ୧୧ ପ୍ରତିଶତ ହ୍ରାସ ହୋଇ ୧୦୯.୧୦ ଡଲାରରେ ପହଞ୍ଚିଛି । ଏହି କାରଣରୁ ମସ୍କଙ୍କର ନିଟ୍ ସମ୍ପତ୍ତି ମୂଲ୍ୟରେ ୮.୮୦ ବିଲିୟନ ଡ଼ଲାରରେ ହ୍ରାସ ଘଟି ୧୩୦ ବିଲିୟନ ଡ଼ଲାରକୁ ଖସିଆସିଛି । ୨୦୧୮ ପରଠାରୁ ଏହା ପ୍ରଥମ ଘଟଣା ଯେବେ ଟେସ୍‌ଲାର ସେୟାର ମୂଲ୍ୟ କ୍ରମାଗତ ଭାବେ ଅନେକ ଦିନ ଧରି ହ୍ରାସ ଘଟିବାରେ ଲାଗିଛି  କମ୍ପାନୀ ବର୍ତ୍ତମାନ ଏହାର ଚାଇନା କାରଖାନାରେ ଉତ୍ପାଦନ ବନ୍ଦ କରି ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com