Featuredଅନ୍ତର୍ଜାତୀୟମନୋରଞ୍ଜନ

ଗାଡ଼ିର ଗିୟର ବଦଳାଇବା ଷ୍ଟାଇଲକୁ ଦେଖି ହୋଇଗଲା ପ୍ରେମ

ପ୍ରେମକୁ ଅଟକାଇପାରେନାହିଁ ଜାତି-ଧର୍ମ ଏବଂ ଧନୀ-ଗରିବର ଭେଦଭାବ । ଏମିତିରେ ଆପଣ ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । କିନ୍ତୁ ପଡ଼ୋଶୀ ଦେଶ ପାକିସ୍ତାନରୁ ଏଭଳି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି ଯାହା ସବୁଠୁ ଭିନ୍ନ। ପ୍ରକୃତରେ ପାକିସ୍ତାନର ଏକ ସମ୍ଭ୍ରାନ୍ତ ପରିବାର ଜଣେ ମହିଳା, ତାଙ୍କ ଘରେ କାମ କରୁଥିବା ଡ୍ରାଇଭରଙ୍କ ସହ ପ୍ରେମ ହୋଇଯାଇଥିଲା । ଆଉ ସେ ଡ୍ରାଇଭରଙ୍କୁ ବିବାହ ମଧ୍ୟ କରିଥିଲେ। କିନ୍ତୁ ଏହାର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଡ୍ରାଇଭରଙ୍କ ଗାଡ଼ିର ଗିୟର ବଦଳାଇବା ଷ୍ଟାଇଲ୍କୁ ଦେଖି ବିମୋହିତ ହୋଇଯାଇଥିଲେ ମହିଳା ଜଣକ। ଆଉ ଡ୍ରାଇଭରଙ୍କୁ କରିବସିଥିଲେ ପ୍ରେମ। ଡେଲି ପାକିସ୍ତାନର ଏକ ରିପୋର୍ଟ ଅନୁଯାୟୀ, ମହିଳା ଏକ ସାକ୍ଷାତକାରରେ କହିଥିଲେ ଯେ ଡ୍ରାଇଭର ତାଙ୍କୁ ଗାଡ଼ି ଶିଖାଉଥିଲେ। ଏହି ସମୟରେ ତାଙ୍କର ଗିୟର ବଦଳାଇବାର ଅନ୍ଦାଜ ଯୋଗୁଁ ପ୍ରେମ ହୋଇଯାଇଥିଲା। ଏହାପରେ ଉଭୟ ବିବାହ ମଧ୍ୟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com