Breaking NewsFeaturedଭାଇରାଲ୍ ଭିଡିଓ

ଅଯୋଧ୍ୟାରେ ଏମିତି କଣ ହେଲା ଯେ ମୋଦିଙ୍କୁ ଧରି ଦୌଡିଲେ ସାଧୁ, ଦେଖନ୍ତୁ

୫୦୦ବର୍ଷ ଅପେକ୍ଷାର ଅନ୍ତ । ଅଯୋଧ୍ୟା ଫେରିଛନ୍ତି ରଘୁନନ୍ଦନ । ଜନ୍ମସ୍ଥାନରେ ପୂଜା ପାଉଛନ୍ତି ବାଳକ ରାମ । ଏନେଇ ରାମମୟ ଅଯୋଧ୍ୟା । ଲୋକଙ୍କ ଭିତରେ ପ୍ରବଳ ଉକ୍ରଣ୍ଠା । ତେବେ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତଙ୍କ ପାଇଁ ଖୋଲିଛି ପ୍ରଭୁ ରାମଙ୍କ ଦ୍ୱାର । ସକାଳୁ ଦର୍ଶନ ପାଇଁ ଅଯୋଧ୍ୟାରେ ଏବେ ପ୍ରବଳ ଭିଡ । ଏନେଇ ସବୁ ରାମଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ତେବେ ସେ ଯାହା ହେଉ ଅନେକ ବିବାଦ, ବଳିଦାନ, ସଂଘର୍ଷ ଓ ତ୍ୟାଗ ପରେ ଶେଷରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।

ଏଥିପାଇଁ ମୋଦିଙ୍କୁ ପ୍ରଶଂସା କରିଛନ୍ତି ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ରାମଭକ୍ତ ପର୍ଯ୍ୟନ୍ତ । କେବଳ ମୋଦି ଯୋଗୁ ଏହା ସମ୍ଭବ ବୋଲି ମତ ଦେଉଛନ୍ତି ଅନେକ । ଏହି ପରିପ୍ରେକ୍ଷୀରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଯେଉଁଠି ଜଣେ ସାଧୁ ମୋଦିଙ୍କ କଟଆଉଟକୁ ଟେକି ନେଇ ଯାଉଛନ୍ତି । ଆଉ କହୁଛନ୍ତି ଇଏ ତାଙ୍କୁ ଆଣିଛନ୍ତି ଆମେ ଆଙ୍କୁ ଆଣିବୁ । ଅର୍ଥାତ କହିବାକୁ ଗଲେ ମୋଦି ରାମକୁ ଆଣିଛନ୍ତି, ତେଣୁ ଆମେ ଏଥର ମୋଦିଙ୍କୁ ଆଣିବୁ । କେବଳ ସେତିକି ନୁହଁ ମୋଦିଙ୍କୁ ଆଶ୍ରମରେ ରଖି ପୂଜା କରିବୁ ବୋଲି କହିଛନ୍ତି ଏହି ସାଧୁ ।

Related Articles

Back to top button
WP Twitter Auto Publish Powered By : XYZScripts.com