Featuredଜାତୀୟ

PM Cares Fundର ନୂଆ ଟ୍ରଷ୍ଟି ହେଲେ ରତନ ଟାଟା

ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟାଙ୍କୁ ମିଳିଛି ବଡ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ଚାବି ଦେଇଛନ୍ତି । ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବରେ ରତନ ଟାଟାଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରତନ ଟାଟାଙ୍କ ସହ ସୁପ୍ରିମ କୋର୍ଟର ପୂର୍ବ ଜଷ୍ଟିସ କେଟି ଥୋମାସ ଏବଂ ଲୋକସଭାର ପୂର୍ବ ଡେପୁଟି ସ୍ପିକର କରିୟା ମୁଣ୍ଡାଙ୍କୁ ମଧ୍ୟ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବରେ ଦାୟିତ୍ୱ ମିଳିଛି । ଏମାନଙ୍କ ବ୍ୟତୀତ ଦେଶର ଅନ୍ୟାନ୍ୟ ବଡ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ପରାମର୍ଶଦାତା ଭାବରେ ମନୋନୀତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଆଡଭାଇଜରୀ ବୋର୍ଡରେ ପୂର୍ବ କେଗ ରାଜୀବ ମହର୍ଷି, ଇନଫୋସିସ ଫାଉଣ୍ଡେସନର ପୂର୍ବ ଚେୟାରପର୍ସନ ସୁଧା ମୂର୍ତ୍ତି, ଇଣ୍ଡୋକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବ ସିଇଓ ଆନନ୍ଦ ଶାହଙ୍କୁ ଏଥିପାଇଁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଏହି ବୈଠକରେ ନୂତନ ଟ୍ରଷ୍ଟମାନଙ୍କୁ ସ୍ୱାଗତ କରାଯାଇଛି । ଗତ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଜରୁରୀକାଳୀନ ପରିସ୍ଥିତିରେ ଆରମ୍ଭ ହୋଇଥିଲା ପିଏମ କେୟାର୍ସ ଫଣ୍ଡ ।

Related Articles

Back to top button
WP Twitter Auto Publish Powered By : XYZScripts.com