ଜାତୀୟ

ଅଯୋଧ୍ୟା ରେଳ ଷ୍ଟେସନ ସହ ମହର୍ଷି ବାଲ୍ମିକୀ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ଶ୍ରୀରାମମନ୍ଦିର ପ୍ରାାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାକୁ ନୂଆ କଳେବର ଦିଆଯାଉଛି । ଏହି କ୍ରମରେ ଆଜି ଅଯୋଧ୍ୟା ରେଳ ଷ୍ଟେସନ ସହ ମହର୍ଷି ବାଲ୍ମିକୀ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ମାତ୍ର ୬ ମାସରେ ନିର୍ମିତ ହୋଇଛି ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ।

ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି । ମୋଦୀ ଏହି ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ତେବେ ମୋଦୀଙ୍କ ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜ ଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏସବୁ କାର୍ଯ୍ୟକ୍ରମ ପରେ ଉଜ୍ଜ୍ୱଳା ଯୋଜନାର ୧୦ କୋଟି ତମ ଦଳିତ ମହିଳାଙ୍କୁ ଭେଟି ତାଙ୍କ ହାତରୁ ଚା’ ପିଇଥିଲେ ମୋଦୀ । ଏହାସହ ନିଷାଦଙ୍କ ପରିବାରକୁ ଭେଟି ଶ୍ରୀରାମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ମଧ୍ୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com