ଜାତୀୟ

୮ ଡିଗ୍ରୀ ତାପମାତ୍ରାରେ ବରଫ ପାଣିରେ ବୁଡି ରହିଲେ ଅଭିନେତା ବିଦ୍ୟୁତ୍‌, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ୟୁଜର୍ସ

ମୁମ୍ବାଇ() ସାଧାରଣତଃ ଶୀତ ଦିନେ ସମସ୍ତେ ପାଣି ଦେଖିଲେ ଭୟ କରନ୍ତି। ତାପମାତ୍ରା ଠାରୁ ଅଧିକ ଶୀତ ହେଲେ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡେ। କିନ୍ତୁ ବଲିଉଡର ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ଏଭଳି କିଛି କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତାହା କୌଣସି ଷ୍ଟଣ୍ଟ ନୁହେଁ କି ଡ୍ୟାନ୍ସ । ୮ ଡିଗ୍ରୀ ତାପମାତ୍ରାରେ ବରଫ ହୋଇଥିବା ପାଣି ଭିତରେ ବୁଡି ରହିଛନ୍ତି । କେବଳ ସେତିକି ନୁହେଁ ବରଫ ପାଣି ଭିତରେ ରହି ଆରାମ କରିଛନ୍ତି ।

ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦାରେ ଚର୍ଚ୍ଚାରେ ରହୁଥିବା ବିଦ୍ୟୁତ ଜାମୱାଲ। ତାଙ୍କୁ ‘କଣ୍ଟ୍ରି ବୟ’ ବୋଲି ମଧ୍ୟ କୁହାଯାଏ। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ନିଜ ଫ୍ୟାନ୍‌ମାନଙ୍କ ସହ ସେୟାର ମଧ୍ୟ କରନ୍ତି। ନିକଟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି ବିଦ୍ୟୁତ, ଯାହାକୁ ଦେଖି ଫ୍ୟାନ୍‌ମାନଙ୍କ ହୋସ ଉଡିଯାଇଛି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

ନିକଟରେ ବିଦ୍ୟୁତ ବରଫ ଜମି ରହିଥିବା ଏକ ନଦୀ ପାଣିରେ ବୁଡି ରହିଛନ୍ତି। ଚାରିଆଡେ ବରଫ ଓ ମଝିରେ ପାଣି। ସେହି ପାଣି ଭିତରେ ବିଦ୍ୟୁତ କିଛି ସମୟ ରହି କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଯାହା ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ବିଦ୍ୟୁତ କହୁଛନ୍ତି, ‘ଏଠାର ତାପମାତ୍ରା ୮ ଡିଗ୍ରୀ ରହିଛି। ଯଦ କେହି କୁହନ୍ତି ଏହା ବେଶ କଷ୍ଟକର କାମ ତେବେ ତାହା ଭୁଲ୍। ଏହା କରିବା ବେଶ ସହଜ…ଶୀଘ୍ର ମୋ ଭଳି କରନ୍ତୁ, ଏବଂ ନିଜ ବାଧାବିଘ୍ନକୁ ଭାଙ୍ଗି ଦିଅନ୍ତୁ।’ କେବେଳ ସେତିକି ନୁହେଁ ଭିଡିଓକୁ ଟ୍ୟାଗ୍‌ କରି ବିଦ୍ୟୁତ୍‌ ‘ପୁନର୍ଜନ୍ମ’ ବୋଲି ଲେଖିଛନ୍ତି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଏଥିରେ ଫ୍ୟାନ୍‌ମାନେ ଜୋରଦାର କମେଣ୍ଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com