Breaking NewsFeaturedଅନ୍ତର୍ଜାତୀୟଜାତୀୟ

କୁନୋ ପାର୍କରେ ଆଖି ବୁଜିଲା ’ସୂରଜ’, ଆହତ ’ଅଗ୍ନି’ର ଚାଲିଛି ଚିକିତ୍ସା

ଟଳି ପଡୁଛନ୍ତି ଗୋଟିଏ ପରେ ଗୋଟିଏ ଚିତା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆଫ୍ରିକାରୁ ଅତିଥି ଭଳି ଆସିଥିଲେ। ହେଲେ ଭାରତରେ ଗୋଟିଏ ପରେ ଗୋଟିଏ ଚିତାଙ୍କ ପ୍ରାଣ ଚାଲି ଯାଉଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚିତା ସୂରଜର ମୃତ ଶରୀର ଶୁକ୍ରବାର ଠାବ କରାଯାଇଛି । କୁନୋରେ ୪ ମାସ ମଧ୍ୟରେ ୮ଟି ଚିତାର ମୃତ୍ୟୁ ଘଟିସାରିଛି । ଯାହାକି ଏବେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଚଳିତ ସପ୍ତାହରେ ୨ଟି ଚିତା ପ୍ରାଣ ହରାଇଲେଣି। ତେବେ ବନ ଅଧିକାରୀ ଓ ବିଶେଷଜ୍ଞ ଟିମ୍‌ ଏବେ ସୂରଜର ପ୍ରକୃତ ମୃତ୍ୟୁ କାରଣ ଖୋଜୁଛନ୍ତି । ମଙ୍ଗଳବାର ଏକ ମାଈ ଚିତା ସହ ତେଜସର ହିଂସକ ଲଢ଼େଇ ହୋଇଥିଲା । ଏଥିରେ ତେଜସର ମୃତ୍ୟୁ ଘଟିଥିଲା । ତେଜସ ଓ ସୂରଜ ମଧ୍ୟରେ ମାଈ ଚିତାକୁ ନେଇ ମଧ୍ୟ ସଂଘର୍ଷ ହୋଇଥିଲା । ଏହି ଲଢ଼େଇରେ ତେଜସର ବେକରେ ବଡ଼ ଧରଣର କ୍ଷତ ସୃଷ୍ଟି ହୋଇଥିଲା ।

ଗତ ମଙ୍ଗଳବାର ତେଜସର ମୃତ୍ୟୁ ଘଟିବା ପରେ ଶୁକ୍ରବାର ଆହତ ହୋଇଥିବା ସୂରଜ ମଧ୍ୟ ଆରିପାରିକୁ ଚାଲିଯାଇଛି । ଅଗ୍ନି ନାମକ ଆଉ ଏକ ଚିତା  ଆହତ ହୋଇଥିବା ବେଳେ ତା’ର ଚିକିତ୍ସା ଚାଲିଛି । ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ଯଥାକ୍ରମେ ୮ ଓ ୧୨ଟି ଚିତା ଅଣାଯାଇଥିଲା। କିନ୍ତୁ ସେମାନେ ଏଠାରେ ସୁରକ୍ଷିତ ନଥିବାରୁ ପ୍ରକୃତି ଓ ବନ୍ୟ ପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com