ଜାତୀୟମନୋରଞ୍ଜନ

ଅନୁପମ୍‌ ଖେର୍‌ @୬୭ : ଅଭିନେତାଙ୍କ ଟ୍ରାନ୍ସଫର୍‌ମେସନ୍‌ ଦେଖି ଫ୍ୟାନ୍ସ ତାଜୁବ୍‌…

ନୂଆଦିଲ୍ଲୀ() ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର । ଆଜି ସେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନୁପମ ଖେର ଏକ ଲମ୍ବା ପୋଷ୍ଟ ସେୟାର କରି ତାଙ୍କର ଟ୍ରାନ୍ସଫର୍‌ମେସନ୍‌ ଲୁକ୍‌ ଦେଖାଇଛନ୍ତି । ଅନୁପମଙ୍କ ଜବରଦସ୍ତ ଟ୍ରାନ୍ସଫର୍‌ମେସନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ସହ ନିଜକୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହାକୁ ନେଇ ସେ କହିଛନ୍ତି କି ସେ ବହୁ ପୂର୍ବରୁ ଏହି ଟ୍ରାନ୍ସଫର୍‌ମେସନର ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ଏହାକୁ ନେଇ କାମ କରି ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲି । ଅନୁପମ ଖେରଙ୍କ ଏହି ଷ୍ଟାଇଲ୍‌ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି ।

 

View this post on Instagram

 

A post shared by Anupam Kher (@anupampkher)

ତାଙ୍କର ଏହି ଟ୍ରାନ୍ସଫର୍‌ମେସନ୍‌ ଫଟୋ ସେୟାର କରି କହିଛନ୍ତି, ‘ମୋତେ ମୋ ଜନ୍ମଦିନର ଶୁଭେଚ୍ଛା…। ଆଜି ମୁଁ ମୋର ୬୭ତମରେ ପଦାର୍ପଣ କରିଛି । ମୁଁ ମୋର ନୂଆ ଭର୍ସନ ଦେଖାଇବାକୁ ବହୁତ ଉତ୍ସାହିତ ଅଛି। ୩୭ ବର୍ଷ ପୂର୍ବେ ଆପଣ ସେହି ଯୁବ ଅଭିନେତାଙ୍କୁ ଭେଟିଥିଲେ ଯିଏ ପରଦାରେ ୬୫ ବର୍ଷର ଭୂମିକା ଗ୍ରହଣ କରିଥିଲେ । ମୋର କ୍ୟାରିଅରରେ, ମୁଁ ଜଣେ ଅଭିନେତା ଭାବରେ ସବୁକିଛି ଗ୍ରହଣ କରିବାକୁ ଚେଷ୍ଟା କରିଛି । ମୋର ସବୁବେଳେ ଗୋଟିଏ ସ୍ୱପ୍ନ ଥିଲା, ଯାହାକୁ ମୁଁ ବାସ୍ତବରେ ପରିଣତ କରିବାକୁ ଚାହୁଁଥିଲି। ଯାହା ମୁଁ ମୋର ଫିଟନେସକୁ ଗମ୍ଭୀରତାର ସହ ନେବା ଏକ ସ୍ୱପ୍ନ ଥିଲା । ଏହା ପରେ ମୁଁ ମୋର କାର୍ଯ୍ୟ ସହିତ ଫିଟନେସ୍ର ଯାତ୍ରା ଆରମ୍ଭ କଲି। ଏହି ଯାତ୍ରା ବିଷୟରେ ଆପଣଙ୍କ ସହିତ କିଛି ବାଣ୍ଟିବାକୁ ଚାହେଁ । ଆଶା କରୁଛି କି ମୁଁ ଶୀଘ୍ର ଆଉ ପରିବର୍ତ୍ତନ ଦେଖାଇବି । ଏହା ୨୦୨୨ଅଟେ , ଜୟ ହୋ …. ‘।

ହିମାଚଳ ପ୍ରଦେଶର ରହୁଥିବା ଅନୁପମ ଖେର ଶିମଲାରୁ ମୁମ୍ବାଇ ଆସିଥିଲେ। ତାଙ୍କୁ ତାଙ୍କ କ୍ୟାରିୟରରେ ବହୁତ ସଂଘର୍ଷ କରିବାକୁ ପଡିଥିଲା । ସେ ଏହାକୁ ନେଇ ଭାବି ଦେଇଥିଲେ କି ଏଠାରେ ନାଁ କରିକି ହିଁ ମରିବେ । ତିନି ବର୍ଷ ଧରି ଅନୁପମ ଖେରଙ୍କୁ କୌଣସି କାମ ମିଳିନଥିଲା । ତାଙ୍କ ଚେହେରା ହେତୁ ତାଙ୍କୁ ପ୍ରତ୍ୟେକ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡିଥିଲା । ହେଲେ ହଠାତ୍ ସେ ମହେଶ ଭଟ୍ଟଙ୍କ ଫିଲ୍ମରେ ପ୍ରଥମ ଥର ପାଇଁ ନଜର ଆସିଥିଲେ । ସେହି ଫିଲ୍ମଟି ମଧ୍ୟ ହିଟ୍‌ ହୋଇଥିଲା । ଏହା ପରେ ସଫଳତାର ସିଢି ଚଢି ଚାଲିଥିଲେ । ହସେଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଚରିତ୍ର ଗ୍ରହଣ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି ଅନୁପମ୍‌ ଖେର୍‌।

Related Articles

Back to top button
WP Twitter Auto Publish Powered By : XYZScripts.com