Featuredବାଣିଜ୍ୟ

ମଣିଷଙ୍କ ଭଳି କଥା କଥାକହିବ ଏ କାର୍ ! ଇଚ୍ଛା ଅନୁସାରେ ପରିବର୍ତ୍ତନ କରିପାରିବ ରଙ୍ଗ

ଭୁବନେଶ୍ୱର: ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା BMW AG ଏହାର ଗୋଟିଏ କାରର ପ୍ରୋଟୋଟାଇପ୍ ପ୍ରଦର୍ଶନ କରିଛି । ଏହି କାର ମଣିଷ ପରି କଥା କହିପାରିବ। ଏହା ସହ ରଙ୍ଗ ମଧ୍ୟ ଇଚ୍ଛା ଅନୁସାରେ ପରିବର୍ତ୍ତନ କରିପାରିବ। ଏହି କାରରେ କୋଣସି ଡ୍ୟାସବୋର୍ଡ ସ୍କ୍ରିନ୍ ଦିଆଯାଇ ନାହିଁ। CES ସମ୍ମିଳନୀରେ କମ୍ପାନୀ ଏହି କାରକୁ ପ୍ରଦର୍ଶନ କରିଛି । କମ୍ପାନୀର ସିଇଓ ଅଲିଭର ଜିପ୍ସ କହିଛନ୍ତି ଯେ ଏହି କାରର ଉତ୍ପାଦନ ୨୦୨୫ ରୁ ଆରମ୍ଭ ହେବ। ବିଏମଡବ୍ଲୁ ଇଲେକ୍ଟ୍ରିକ୍ କାର ଗୁଡିକ ପାଇଁ ଏକ ନୂତନ ଲାଇନ୍ଅପ୍ ଲଞ୍ଚ କରିବାକୁ ଯୋଜନା ଉପରେ କାମ କରୁଛି ।

ଏହି କାରର ଏକ ପ୍ରମୁଖ ଫିଚର୍ସ ହେଉଛି ଏହାର ଡ୍ୟାସବୋର୍ଡ। ଯେଉଁଥିରେ କୌଣସି ସ୍କ୍ରିନ୍ ଦିଆଯାଇ ନାହିଁ, ବରଂ ଏକ ଡିଜିଟାଲ୍ ସ୍ଲାଇଡର୍ ଦିଆଯାଇଛି, ଯାହା ୱିଣ୍ଡିଶିଲ୍ଡରେ ଥିବା ପ୍ରତିଛବି ମାଧ୍ୟମରେ ସୂଚନା ଦେଇଥାଏ। ଏହା ୱିଣ୍ଡିଶିଲ୍ଡରେ ଭର୍ଚୁଆଲ୍ ଦୁନିଆକୁ ଦେଖାଇଥାଏ। ଆଇ ଭିଜନ୍ ଡି କାରରେ ୨୪୦ ଟି ଭିନ୍ନ ରଙ୍ଗ କୋଷ ଅଛି ଯାହା ପୃଥକ ଭାବରେ ପରିବର୍ତ୍ତନ କରାଯାଇପାରିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com