ଜାତୀୟ

ପାଓ୍ୱାର ପ୍ଲେ’ରେ ଉମେଶ ଯାଦବଙ୍କ ଦମଦାର ବୋଲିଂ, ଏହି ବଡ ରେକର୍ଡଠୁ କେବଳ ଗୋଟିଏ ଓ୍ୱିକେଟ୍ ଦୂରରେ

ନୂଆଦିଲ୍ଲୀ () ଆଇପିଏଲ-୨୦୨୨ରେ କୋଲକାତା ନାଇଟ ରାଇଡର୍ସର ଦ୍ରୁତ ବୋଲର ଉମେଶ ଯାଦବ ଦମଦାର ଫର୍ମରେ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ସେ ନିଜର ଜଲଓ୍ୱା ଦେଖାଇଥିଲେ । ଦ୍ୱିତୀୟ ମୁକାବିଲାରେ ମଧ୍ୟ ସେ କୋଲକାତା ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ ।

ବୁଧବାର ଖେଳାଯାଇଥିବା ମୁକାବିଲାରେ କେକେଆର ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍ କରିଥିଲା । କିନ୍ତୁ ଉମେଶ ଯାଦବଙ୍କ ବୋଲିଂ ପାଇଁ ବେଙ୍ଗାଲୁରୁ ସହଜରେ ବିଜୟଲାଭ କରିପାରିନଥିଲା । ଦଳକୁ ଶେଷ ଓଭର ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ଏହାସହ ଟିମ୍ ୭ଟି ଓ୍ୱିକେଟ୍ ମଧ୍ୟ ହରାଇଥିଲା ।

ସେହିପରି ଚେନ୍ନାଇ ବିପକ୍ଷ ମୁକାବିଲାରେ ଉମେଶ ୨୦ ରନ୍ ବ୍ୟୟ କରି ଦୁଇଟି ଓ୍ୱିକେଟ୍ ନେଇଥିଲେ । ଦଳ ଚେନ୍ନାଇକୁ ମଧ୍ୟ କମ୍ ସ୍କୋରରେ ଅଟକାଇଥିଲା । ଉମେଶଙ୍କୁ ଏହି ମୁକାବିଲାରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା ।

ଆଇପିଏଲ ଇତିହାସରେ ପାଓ୍ୱାର ପ୍ଲେରେ ସବୁଠାରୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ତାଲିକାରେ ଉମେଶ ଯାଦବ ଚତୁର୍ଥ ନମ୍ବରରେ ଅଛନ୍ତି । ସେ ୪୯ଟି ଓ୍ୱିକେଟ୍ ନେଇଛନ୍ତି । ୫୦ଟି ଓ୍ୱିକେଟ୍ ନେବା ରେକର୍ଡଠୁ ସେ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି ।

ପାଓ୍ୱାର ପ୍ଲେରେ ସବୁଠୁ ଅଧିକ ଓ୍ୱିକେଟ୍

୫୩-ସନ୍ଦୀପ ଶର୍ମା

୫୨-ଜାହିର ଖାନ

୫୨-ଭୁବନେଶ୍ୱର କୁମାର

୪୯- ଉମେଶ ଯାଦବ

୪୪-ଧବଳ କୁଲକର୍ଣ୍ଣୀ

Related Articles

Back to top button
WP Twitter Auto Publish Powered By : XYZScripts.com