Featuredକ୍ରୀଡ଼ାଜାତୀୟ

ଭାରତୀୟ କୁସ୍ତି ସଂଘକୁ ନିଲମ୍ୱନ କରାଯିବ: ଚେତାବନୀ ଦେଲା UWW

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏଥର ଚରମ ପଦକ୍ଷେପ ନେବେ କୁସ୍ତିଯୋଦ୍ଧା। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁରୋଧ ରକ୍ଷା କରି ନିଜର ମେଡାଲ୍‌ ଗଙ୍ଗାନଦୀରେ ବିସର୍ଜନ କରିଲେ ନାହିଁ। କିନ୍ତୁ ଦେଲେ ୫ ଦିନର ମହଲତ। କଥା ସେତିକିରେ ଅଟକି ନାହିଁ, ସେପଟେ ୟୁନାଇଟେଡ ୱାଲର୍ଡ ରେସଲିଂ ବା ୟୁଡବ୍ଲୁଡବ୍ଲୁ ଭାରତୀୟ ସଂଘକୁ ନିଜ ତାଲିକାରୁ ହଟାଇ ଦେବ ବୋଲି ଚେତାବନୀ ଦେଇଛି। ଆଉ ଏଇଥି ଲାଗି ସମୟ ଦେଇଛି ମାତ୍ର ୪୫ ଦିନ। ଏହାରି ଭିତରେ ଯଦି ଭାରତୀୟ କୁସ୍ତି ଯୋଦ୍ଧା ସଂଘର ନିର୍ବାଚନ ନହୁଏ ତେବେ ଆଉ ବରଦାସ୍ତ କରାଯିବନି ବୋଲି କହିଛି ୟୁଡବ୍ଲୁଡବ୍ଲୁ।

ପ୍ରାୟ ଏକ ମାସ ଧରି କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି। ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର କି ସମାଧାନ   ବାହାରି ପାରିନାହିଁ । ନିକଟରେ କୁସ୍ତିଯୋଦ୍ଧାଙ୍କୁ ଜନ୍ତରମନ୍ତରରୁ ହଟାଇ ଦେଇଛି ଦିଲ୍ଲୀ ପୁଲିସ। କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ମଙ୍ଗଳବାର ଦିନ ତମାମ ଏହା ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା। ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୟୁନାଇଟେଡ୍ ୱାଲର୍ଡ ରେସଲିଂ । କୁସ୍ତିଯୋଦ୍ଧାଙ୍କ ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ଭାରତୀୟ କୁସ୍ତି ସଂଘକୁ ନିଲମ୍ୱନ କରିବା ନେଇ ଚେତାବନୀ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଏବଂ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଛନ୍ତି।

ୟୁନାଇଟେଡ ୱାଲର୍ଡ ରେସଲିଂ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନିଆଯିବା ଘଟଣାର ନିନ୍ଦା କରିଛି । ମେ ୨୮ରେ ପୁଲିସ ଜନ୍ତର ମନ୍ତରରୁ ୧୦୦ରୁ ଅଧିକ ମହିଳା-ପୁରୁଷ କୁସ୍ତିଯୋଦ୍ଧା ଏବଂ ସେମାନଙ୍କ ସମର୍ଥକଙ୍କୁ ହେପାଜତକୁ ନେଇଥିଲା। ୟୁଡବ୍ଲୁଡବ୍ଲୁ କହିଛି ଯେ କୁସ୍ତିଯୋଦ୍ଧାଙ୍କୁ ପୁଲିସ ହେପାଜତକୁ ନିଆଯିବା ଅଧିକ ଚିନ୍ତାଜନକ । ୟୁଡବ୍ଲଡବ୍ଲୁ କୁସ୍ତିଯୋଦ୍ଧାଙ୍କ ସହ ଏଭଳି ବ୍ୟବହାରକୁ ନିନ୍ଦା କରିଛି। ମାମଲାର ନିରପେକ୍ଷ ତଦନ୍ତ ପାଇଁ ୟୁଡବ୍ଲୁଡବ୍ଲୁ ସମ୍ୱନ୍ଧିତ ଅଧିକାରୀଙ୍କୁ ଆଗ୍ରହ କରିଛି । ଏହାସହ ୪୫ ଦିନ ଭିତରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ନହେଲେ ସଂଘକୁ ନିଲମ୍ୱନ କରାଯାଇ ପାରେ ବୋଲି ଚେତାବନୀ ଦେଇଛି । ତେଣୁ ସରକାରଙ୍କ ନିକଟରେ ଗୋଟିଏପଟେ ୫ ଦିନ ଆଉ ଅନ୍ୟପଟେ ୪୫ ଦିନର ଅବଧି ରହିଛି, ଏହାରି ଭିତରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com