Breaking NewsFeaturedଓଡ଼ିଶାମନୋରଞ୍ଜନ

ବର୍ଷା-ଅନୁଭବ ଲଢ଼େଇରେ ଶୀଘ୍ର ପଡ଼ିବ ପୂର୍ଣ୍ଣଚ୍ଛେଦ…

ଜୁଲାଇ ୩୧ରେ ବର୍ଷାଙ୍କୁ ପକ୍ଷ ରଖିବାର ଶେଷ ସୁଯୋଗ  

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାରେ ସେଲିବ୍ରିଟି କପଲ । ବର୍ଷା ଅନୁଭବଙ୍କ ପାରିବାରିକ ବିବାଦକୁ ନେଇ ବିଗତ ଚାରି ବର୍ଷ ହେଲା ରାଜ୍ୟ ସାରା ହାଉଯାଉ । କେତେବେଳେ ଅନୁଭବଙ୍କ ନାଁରେ ବର୍ଷା ଅଭିଯୋଗ କରୁଥିଲେ ତ କେତେବେଳେ ଅନୁଭବ ବର୍ଷାଙ୍କ ନାଁରେ ଅଭିଯୋଗ କରୁଥିଲେ । ସୋସିଆଲ ମିଡିଆରେ ବି ଅନେକ ଥର ଏଇ ସେଲିବ୍ରିଟି କପୁଲ ମୁହାଁମୁହିଁ ହୋଇଛନ୍ତି । ଆଉ ଏହାକୁ ନେଇ ଗଣମାଧ୍ୟମରେ ବି ଅନେକ ଥର ବାକବିତଣ୍ଡା ଚାଲିଛି । ତେବେ ଖୁବଶୀଘ୍ର ଏହି ଷ୍ଟାର ଦମ୍ପତିଙ୍କ ବିବାଦ ତୁଟିବ ବୋଲି କୁହାଯାଉଛି।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜ ବାପା ମାଙ୍କ ଶେଷ ସମୟରେ ଶାନ୍ତି ପାଇଁ ବର୍ଷାଙ୍କୁ ତାଙ୍କ ଜୀବନରୁ ଦୁରେଇ ଯିବାକୁ ଅନୁରୋଧ କରିଛନ୍ତି । ମାମଲାକୁ ନେଇ ଦୁହେଁ କଟକ ପୁରୀ ଘାଟ ଥାନାରେ ବାରମ୍ବାର ହାଜର ହେଉଥିଲେ । ଏପରିକି ଦୁହିଁଙ୍କୁ ନେଇ ଗଣମାଧ୍ୟମରେ ଅନେକ ଥର ହାଇ ବୋଲଟେଜ ଡ୍ରାମା ବି ଦେଖିବାକୁ ମିଳିଛି । ତଥାପି ମାମଲାର କୌଣସି ସମାଧାନର ସୁତ୍ର ବାହାରିନଥିଲା । ହେଲେ ଗୁରୁବାର ହାଇକୋର୍ଟ ଏଇ ମାମଲାର ସୀମା ନିର୍ଧାରଣ କରି ଦେଇଛନ୍ତି । ଆଜି ଶୁଣାଣି ବେଳେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଆସନ୍ତା ଜୁଲାଇ ୩୧ରେ ବର୍ଷାଙ୍କ ଚୂଡାନ୍ତ ସାକ୍ଷ୍ୟ ଗ୍ରହଣ କରାଯିବ । ଏବଂ ଶୁଣାଣିର ତିନି ମାସ ଭିତରେ ମାନେ ଅକ୍ଟୋବର ଶେଷ ସୁଦ୍ଧା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନିର୍ଦେଶ ଦେଇଛନ୍ତି । ତେବେ ଏହାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିମ୍ବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

 

Related Articles

Back to top button
WP Twitter Auto Publish Powered By : XYZScripts.com