ଓଡ଼ିଶା

ସ୍କୁଲ ନିକଟରେ ଲାଗିଲା ମାଓ ପୋଷ୍ଟର, ପଞ୍ଚାୟତ ନିର୍ବାଚନକୁ ବର୍ଜନ କର…

ବାଲିଗୁଡ଼ା () ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ବାଲିଗୁଡ଼ାରେ କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ନିକଟରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସିପିଆଇ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି ।
ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଦୁର୍ନୀତି ଦରଦାମ ବୃଦ୍ଧି, ବେରୋଜଗାର ଦମନ, ବିସ୍ଥାପନକୁ ବିରୋଧ, ଜଙ୍ଗଲ ଜମି ପଟ୍ଟା  ଓ ପେସା ଆଇନ ଲାଗୁ କରିବା ଭଳି ମୌଳିକ ଆବଶ୍ୟକତା ଦାବୀ ରହିଛି । ଏହାସହିତ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ବର୍ଜନ କରି ବିପ୍ଲବୀ ଲୋକ ସରକାର କରିବାକୁ ଆହ୍ୱାନ ଦେଇଛନ୍ତି l ସିପିଆଇ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି l ପୋଷ୍ଟର ପରେ ଗାଁରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com