ଓଡ଼ିଶା

ବନବିଭାଗର ଅବହେଳା ଯୋଗୁଁ ନଷ୍ଟ ହେଉଛି ଗଛ

ବାଲିଅନ୍ତା: ବାଲିପାଟଣା ବନାଞ୍ଚଳ ଅଧିନରେ ଲଗାଯାଇଥିବା ଗଛ ସବୁ ନଷ୍ଟ ହେବାକୁ ବସିଲାଣି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ରାସ୍ତା କଡ ଓ ସରକାରୀ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି ।

ପୁରୀ ମୁଖ୍ୟ କେନାଲ ବନ୍ଦ ନାଗପୁର ଠାରୁ ହୀରାପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଇଥିଲା । କିନ୍ତୁ ବନବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଏହା ସଂପୂର୍ଣ୍ଣ ନଷ୍ଟ ହୋଇଗଲାଣି ।

ଦୁର୍ବୃତ୍ତ ଗଛକୁ ମୂଳରୁ କାଟିବା ସହ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ବାଳକାଟି ଠାରୁ ଏହା ଦୁଇ କିଲୋମିଟର ଦୂର ହୋଇଥିଲେ ମଧ୍ୟ ଦିନେ ହେଲେ କୌଣସି ଅଧିକାରୀ ଲଗାଯାଇଥିବା ଗଛ ସ୍ଥାନକୁ ତଦାରଖ କରିବାକୁ ଆସିନାହାନ୍ତି । କିନ୍ତୁ ଏହି ପ୍ରୋଜେଟରେ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି । ଏଥିସହିତ ଅନେକ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଏହା ଏବେ ଅନାବନା ଗଛରେ ଜଙ୍ଗଲ ପାଲଟି ଯାଇଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com