ଓଡ଼ିଶା

ପାଟଣାଗଡ଼ ଛାତ୍ରୀଙ୍କୁ ଶିକ୍ଷକ ବସଉଠ କରାଇବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ବଲାଙ୍ଗିର ପାଟଣାଗଡ଼ ବାପୁଜୀ ବାଳିକା ହାଇସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକ ବସଉଠ କରାଇବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପ୍ରାର୍ଥନା କ୍ଲାସ୍ ରେ ବିଳମ୍ବ ହେବାଯୋଗୁଁ ଶହେଥର ବସ ଉଠ୍ କରାଇଥିଲେ ଜଣେ ଶିକ୍ଷକ । ସୂଚନା ଥାଉକି, ଆଜି ସକାଳ ସମୟରେ ପାଟଣାଗଡ ବ୍ଲକ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା ଚାଲିିବାବେଳେ କିଛି ଶିକ୍ଷାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ ।

କୁହାଯାଉଛି କି ପ୍ରାର୍ଥନାରେ ବିଳମ୍ୱ ହେବାରୁ ବିଦ୍ୟାଳୟର ଶିକ୍ଷକ ତାଙ୍କୁ ବସ ଉଠ୍ କରାଇଥିଲେ ।ପରେ ଛାତ୍ରୀମାନେ ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡିଥିଲେ । ସେଥିପାଇଂ ସେମାନଙ୍କୁ ନିକଟସ୍ଥ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଶିକ୍ଷାର୍ଥୀ ଭଲ ଅଛନ୍ତି ।

ଘଟଣା ସ୍ଥଳରେ ପାଟଣା ଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ଅଛନ୍ତି । ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶଙ୍କର ପ୍ରସାଦ ମାଝୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com