ଓଡ଼ିଶା

ମୃଦୁ ପାନୀୟରେ ନିଶା ଦେଇ ଦୋକାନୀଙ୍କୁ ଲୁଟ

ଢେଙ୍କାନାଳ, ୦୫/୦୮/୨୦୨୨ –  ମୃଦୁ ପାନୀୟରେ ନିଶା ଦେଇ ଦୋକାନୀଙ୍କୁ ଲୁଟ । ଢେଙ୍କାନାଳ ରଥଗଡା ବାଜାରରେ ଘଟିଛି ଏପରି ଘଟଣା । ଶୁକ୍ରବାର ଜଣେ ଶୁଖୁଆ ଦୋକାନୀଙ୍କୁ ନିଶା ଦେଇ  ୫ କେଜି ଶୁଖୁଆ ଓ ୨୫୦୦ ଟଙ୍କା ନେଇ ପଳେଇଛି ଚୋର ।  ଖାଲି ଏହି ଘଟଣା  ନୁହେଁ ଗତ ୬ ଦିନ ଭିତରେ ୪ ଜଣ  ବ୍ୟବସାୟୀଙ୍କୁ  ଲୁଟ ହେଲାଣି । ଜଣେ ଯୁବକ ଏକ ଦଶ ଟଙ୍କିଆ ପ୍ଲାଷ୍ଟିକ ପାନୀୟରେ ନିଶା ମିଶାଇ ଶୁଖୁଆ ଦୋକାନୀକୁ ପିଇବାକୁ ଦେଇଥିଲା । ଦୋକାନୀ ଜଣକ ଥଣ୍ଡା ପିଇ ଦୁଇ ମିନଟ ଭିତରେ ଚେତାଶୂନ୍ୟ ହୋଇଯିବାରୁ ଟଙ୍କା ଓ ଶୁଖୁଆ ନେଇ ଚୋର ଫେରାର ହୋଇଯାଇଥିଲା । ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ବି ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଛି । ଯେଉଁଥିପାଇଁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com