ଓଡ଼ିଶା

ପ୍ରେମ କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କିସ୍‌ମିସ୍‌’ର ଶୁଭ ମହୁରତ

ଭୁବନେଶ୍ବର() ‘ରୁଦ୍ରାଣୀ’ ପରେ ଝିଲିକ୍ ମୋସନ୍ ପିକଚର୍ସର ଦ୍ୱିତୀୟ ଅବଦାନ ହେଉଛି ‘କିସ୍‌ମିସ୍‌’। ଏହା ଏକ ପ୍ରେମ କାହାଣୀ। ନିକଟରେ ଭୁବନେଶ୍ବରର ଏକ ତାରକା ହୋଟେଲ ପରିସରରେ ‘କିସ୍‌ମିସ୍‌’ ଚଳଚ୍ଚିତ୍ରର ଶୁଭ ମହୁରତ ହେଇଯାଇଛି। ଏହି ମହୁରତ ଉତ୍ସବରେ ପ୍ରଥମେ ଦିବଂଗତ ଅଭିନେତା ମିହିର ଦାସଙ୍କ ପାଇଁ ଉପସ୍ଥିତ କଳାକାର ଓ ଟେକନିସିଆନମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସମାଜସେବୀ ପ୍ରତିମା ଘଡ଼େଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଶାନ୍ତ ମଣି, ସଂଳାପକାର ସଞ୍ଜୀବ ରଥ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଚିତ୍ରୋତ୍ତୋଳକ କୁକାରୀ କୁହୁ ପ୍ରମୁଖ ଉପସ୍ଥିତ ରହି ନୂଆ ଚଳଚ୍ଚିତ୍ର ‘କିସ୍‌ମିସ୍‌’ ପାଇଁ କ୍ଲାପ୍‌ ଦେଇ ଏହାର ଶୁଭାରମ୍ଭ କରିଥିଲେ। ‘କିସମିସ’ରେ ସ୍ବରାଜ ଓ ଶିବାନୀ ମୁଖ୍ୟ ଭୂମିକାରେ ଥିବାବେଳେ ପ୍ରୀତିରାଜ, ନିତୁ ସିଂ, ଟୁଟୁ ନାୟକ, ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏଇ ଚଳଚ୍ଚିତ୍ରର ସମ୍ପାଦନା ଦାୟିତ୍ବରେ ଅଛନ୍ତି ସୁକୁମାର ମଣି, ନୃତ୍ୟ ନିର୍ଦ୍ଦେଶନା ଦେବେ ଲୁବୁନ୍-ଟୁବୁନ୍ ଏବଂ କାର୍ଯ୍ୟକାରୀ ପ୍ରଯୋଜକର ଭୂମିକା ନିର୍ବାହ କରିବେ ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ। ଆଗାମୀ ମାର୍ଚ୍ଚ ମାସରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com