ଓଡ଼ିଶା

ଗୃହରେ ଅଂଶୁମାନ ତାତି, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ସର୍ବଦଳୀୟ ବୈଠକରେ ବାହାରିପାରିଲାନି କୌଣସି ନିଷ୍କର୍ସ । ଶେଷରେ ୪ ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

ଖବର ଅନୁଯାୟୀ,  ବିଧାନସଭାରେ ଆଜି ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠିଥିଲା । ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ ସହ ନାରାବାଜି କରିଥିଲେ । ଯାହାଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । କିନ୍ତୁ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା ।ଶେଷରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।

ସେହିପରି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ପୋଲିସ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହନୀପତି । ଏହି ପ୍ରସଙ୍ଗକୁ ନେଇ ଗୃହ ମୁଲତବି ହୋଇଥିଲା । ବିରୋଧୀଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇଲେ। ରକ୍ଷକ ଯଦି ଭକ୍ଷକ ସାଜିବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ ? ମାଲକାନଗିରି RSC୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନନେଇ ଗାଁ ରେ ପସି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ନାବାଳିକାଙ୍କୁ SDPO ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ ତାରା । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇନାହାନ୍ତି। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ତାରା । ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁ ଦେବାକୁ କଂଗ୍ରେସ ଦାବି କରିଥିଲା । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ନରସିଂହ ମିଶ୍ର। ବାଚସ୍ପତିଙ୍କ ରୁଲିଁ ଦାବିରେ କଂଗ୍ରେସର ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com