ଓଡ଼ିଶା

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଜଙ୍ଗଲରେ ଅତର୍କିତ ଚଢାଉ; ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀମଦ ନଷ୍ଟ

ବ୍ରହ୍ମପୁର, ୨୫/୦୭/୨୦୨୨- ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ବଡଡୁମ୍ବୁଳା ପଞ୍ଚାୟତ ମଲକୁଟପଲ୍ଲୀ ଦକ୍ଷିଣ ଦିଗ ଜଙ୍ଗଲ ନାଳ ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀମଦ ନଷ୍ଟ କରାଯାଇଛି । ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଉକ୍ତ ଦୁର୍ଗମ ଅଞ୍ଚଳରେ ଚଢ଼ାଉ କରି ୩୪୦୦ ମହୁଲ ମଦପୋଚ ଓ ୮୦ ଲିଟର ରନ୍ଧା ମଦ ନଷ୍ଟ କରିଥିବା ଜଣାପଡିଛି । ଏଥିସହ ରୋଷେଇ ନିମନ୍ତେ ବ୍ୟବହୃତ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ତେବେ ଏହି ଚଢ଼ାଉରେ କାହାରିକୁ ଗିରଫ କରାଯାଇ ପାରିନଥିବା ସୂଚନା ମିଳିଛି । ଏନେଇ ଦିଗପହଣ୍ଡି ଅବକାରୀ ପକ୍ଷରୁ ଏକ ମାମଲା ନଂ ୬୧/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଚଢ଼ାଉ ସମୟରେ ଚିକିଟି ଅବକାରୀ ଉପ ଅଧିକ୍ଷକ ବିଜୟ କୁମାର ଧାରୁଆ, ଦିଗପହଣ୍ଡି ଅବକାରୀ ଏଏସ୍ଆଇ ବସନ୍ତ ବେହେରା, କର୍ମଚାରୀ ନିରଞ୍ଜନ ବେହେରା, ପଦ୍ମାବତୀ ସେଠୀ, ଏନ୍.ତ୍ରିପତୀ, ହରି ମଲ୍ଲିକ, ସ୍ବୟମ୍ଭୁ କହଁର, ଆର୍. ଲକ୍ଷ୍ମୀ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com