ଓଡ଼ିଶା

ଗଛରେ ଝୁଲୁଛି ଯୁବକଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ନିଶ୍ଚିନ୍ତକୋଇଲି : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। କଟକ ଜିଲ୍ଲା ନେମାଳ ଥାନା ସେରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ମିଳିଥିବା ସୂଚନାନୁସାରେ, ବୁଧବାର ଦିନ ସେରପୁର ଗାଁର କରୁଣାକର ସ୍ଵାଇଁଙ୍କ ବାଡ଼ିରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଝୁଲୁଥିଲା । ଯାହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍‌ଭିନ୍‌ କରୁଛି । ମୃତ ଯୁବକ ଜଣକ ଦୀର୍ଘ ୪ରୁ ୫ ବର୍ଷ ହେବ ଏହି ଅଞ୍ଚଳରେ ରହି କାମଧନ୍ଦା କରି ଚଳୁଥିବା ଗାଁ ଲୋକ ସୂଚନା ଦେଇଛନ୍ତି। ତଦନ୍ତ ପରେ ଯୁବକଙ୍କ ପରିଚୟ ମିଳିବ ବୋଲି ପୋଲିସ କହିଛି। ତେବେ ଯୁବକଙ୍କ ଘର କେହି ବାଲେଶ୍ଵର କହୁଥିବା ବେଳେ ଆଉ କେହି ବ୍ରହ୍ମପୁର ବୋଲି କହୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com