ଓଡ଼ିଶା

ପଞ୍ଚାୟତ ରାୟ : ଜାଣନ୍ତୁ କିଏ ହାତେଇଛି କେତେ ସିଟ୍‌ ?

ଭୁବନେଶ୍ୱର() ଚାଲିଛି ପଞ୍ଚାୟତ ଭୋଟ ଗଣତି । ଆଜି ଭୋଟ ଗଣତିର ୨ୟ ଦିନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତିରେ ଏଯାବତ୍‌ ବାଜି ମାରି ନେଇଛି ବିଜେଡି । ମୋଟ ୮୫୧ ସିଟ୍‌ରୁ ୬୦୮ ସିଟ୍‌ର ଗଣତି ଚାଲିଛି  । ଏଥିରେ ବିଜେଡି ୫୩୩ ସିଟ୍‌ର  ଆଗୁଆ କିମ୍ବା ବିଜୟୀ ହୋଇଥିବା ବେଳେ ବିଜେପି ୩୬ ସିଟ୍‌ରେ ବିଜୟୀ କିମ୍ବା ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୩୦ ସିଟ୍‌ ବିଜୟୀ ବା ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ୯ଟି ସିଟ୍‌ରେ ଆଗୁଆ ଚାଲିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଏଯାବତ୍‌ ବିଜେଡି ବାଜିମାତ କରିଥିବା ବେଳେ ବିରୋଧୀ ନିରାଶ ହୋଇଯାଇଛନ୍ତି ।

ତେବେ ପୂର୍ବ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଦଳ ଚଳିତ ବର୍ଷ ଭଲ କରିବ ବୋଲି ଦଳୀୟ ନେତାମାନେ ଦାବି କରୁଛନ୍ତି । ଏବେବି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ଭରସା ରଖିଛନ୍ତି ଦଳୀୟ ନେତା କହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com